୨୦୪୭ ସୁଦ୍ଧା ଭାରତ ଏକ ବିକଶିତ ଦେଶରେ ପରିଣତ ହେବ: ରାଜନାଥ ସିଂ

ନୂଆଦିଲ୍ଲୀ,୧୫।୫: ୨୦୪୭ ସୁଦ୍ଧା ଭାରତ ଏକ ବିକଶିତ ରାଷ୍ଟ୍ରରେ ପରିଣତ ହେବ। ମହାରାଷ୍ଟ୍ରର ପୁଣେ ଜିଲାରେ ଡିଫେନ୍ସ ଇନଷ୍ଟିଚ୍ୟୁଟ ଅଫ ଆଡଭାନ୍ସ ଟେକ୍ନୋଲୋଜିର ସମାରୋହରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସିଂ ଏଭଳି କହିଛନ୍ତି। ସେ କହିଛନ୍ତି, ଦେଶ ବର୍ତ୍ତମାନ ଆତ୍ମନିର୍ଭରଶୀଳ ହେବାକୁ ଯାଉଛି ଏବଂ ଅର୍ଥନୈତିକ ବିଶେଷଜ୍ଞଙ୍କ ଅନୁଯାୟୀ ୨୦୨୭ ସୁଦ୍ଧା ବିଶ୍ୱ ଅର୍ଥନୀତିରେ ଭାରତ ତୃତୀୟ ସ୍ଥାନରେ ରହିବ।

ରାଜନାଥ ସିଂ କହିଛନ୍ତି , ବିଶ୍ୱ ଦ୍ରୁତ ଗତିରେ ବଦଳୁଛି। ପ୍ରତିରକ୍ଷା କ୍ଷେତ୍ରରେ ମଧ୍ୟ ପରିବର୍ତ୍ତନ ଆସୁଛି। ଆମେ ଏହି କ୍ଷେତ୍ରରେ ଅନେକ ବୌଷେୟିକ ପରିବର୍ତ୍ତନ ଦେଖିପାରୁଛୁ। ପ୍ରତିରକ୍ଷା କ୍ଷେତ୍ରରେ ମଧ୍ୟ ଅନେକ ସମସ୍ୟା ଉପୁଜିଛି, ବିଶେଷ କରି ସାଇବର କ୍ଷେତ୍ରରେ ବିପଦ ବୃଦ୍ଧି ପାଇଛି। ସେ ଆହୁରି ମଧ୍ୟ କହିଛନ୍ତି, ପରିବର୍ତ୍ତିତ ପରିସ୍ଥିତି ସହିତ ଆମକୁ ଟେକ୍ନୋଲୋଜିର ଅପଗ୍ରେଡ ଆଡକୁ ଯିବାକୁ ପଡିବ। ଯଦି ଏକ ଚ୍ୟାଲେଞ୍ଜ ଅଛି, ଏହାର ସମାଧାନ ଅଛ।ବର୍ତ୍ତମାନ ଟେକ୍ନୋଲୋଜିର ନବୀକରଣ ପାଇଁ ପ୍ରୟାସ କରାଯିବା ଉଚିତ୍‌।

Leave a Reply

Your email address will not be published. Required fields are marked *