ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ଭାରତୀୟ ଭାଷା ଦିବସ ପାଳନ

ବିଶ୍ୱ ବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି)ର ନିର୍ଦ୍ଦେଶକ୍ରମେ ତଥା ଭାରତୀୟ ସ୍ୱତନ୍ତ୍ରତା ସେନାନୀ ତାମିଲ କବି ଚ଼ିନାସ୍ୱାମୀ ସୁବ୍ରମନ୍ୟମ୍ ଭାରତୀଙ୍କ ଜନ୍ମ ଦିବସକୁ ସ୍ମୃତିଚାରଣ କରିବା ପାଇଁ ଆସିକା ବିଜ୍ଞାନ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରଫେସର ଜନାର୍ଦ୍ଦନ ସାହୁଙ୍କ ଅଧ୍ୟକ୍ଷତାରେ ଭାରତୀୟ ଭାଷା ଦିବସ ଆନୁଷ୍ଠାନିକ ରୂପେ ପାଳନ କରାଯାଇଛି। ଏହି ଅବସରରେ ଓଡିଆ ବିଭାଗ ମୁଖ୍ୟ ଡ. ସ୍ମିତାରାଣୀ ପଣ୍ଡା ସଭା ସଂଚାଳନ କରିବା ସହ ଭାଷା ଦିବସର ମୁଖ୍ୟ ଉଦ୍ଦେଶ୍ୟ ପ୍ରତିପାଦନ କରିଥିଲେ। ଇଁରାଜୀ ଅଧ୍ୟାପକ ସାଶ୍ୱତ ମିଶ୍ର ୨୨ଗୋଟି ଭାରତୀୟ ଭାଷାକୁ ଭାରତ ସରକାରଙ୍କ ଦ୍ୱାରା ସ୍ୱୀକୃତି ପ୍ରାପ୍ତ କରାଯାଇଛି। ତେଣୁ ଏହାର ରକ୍ଷଣାବେକ୍ଷଣାର ଗୁରୁ ଦାୟୀତ୍ୱ ଶିକ୍ଷାର୍ଥୀମାନଙ୍କ ଦ୍ୱାରା ନ୍ୟସ୍ତ ରହିପାରିଲେ ହିଁ ଭାରତୀୟ ଭାଷା ସମୃଦ୍ଧ ହୋଇପାରିବ। ସାମାଜିକ, ରାଜନୈତିକ, ଧାର୍ମୀକ ଏବଂ ସାସ୍କୃତିକ କ୍ଷେତ୍ରରେ ଭାଷାର ପ୍ରାଧାନ୍ୟକୁ ଉପଲବ୍ଧି କରିବା ଜରୁରୀ ଅଟେ। ଭାରତୀୟ ଭାଷାକୁ ଉଦ୍ଜିବୀତ କରିବାକୁ ହେଲେ ସାହିତ୍ୟକାର ମାନଙ୍କ କୃତିକୁ ଅବଲୋକନ କରିବା ଆବଶ୍ୟକ ବୋଲି ଓଡ଼ିଆ ଭାଷାସାହିତ୍ୟର ଅଧ୍ୟାପକ ଡ. ଅଜିତ୍ କୁମାର ମୁନି ମତବ୍ୟକ୍ତ କରିଥିଲେ। ମାତୃଭାଷା ଅନ୍ତରାତ୍ମାର ସ୍ପନ୍ଦନ ଏବଂ ବିନା ମାତୃଭାଷାରେ ହୃଦୟର ଯନ୍ତ୍ରଣାକୁ ଅନୁଭବ କରି ହୁଏ ନାହିଁ ବୋଲି ମତପୋଷଣ କରିଥିଲେ ହିନ୍ଦୀ ଅଧ୍ୟାପକ ରାଜେଶ କୁମାର ସାହୁ। ହିନ୍ଦୀ ବିଭାଗ ମୁଖ୍ୟା ଡ. ଜିନିତ୍ ସବା ଭାରତର ବିଭିନ୍ନ ଭାଷାକୁ ଆବୋରି ନେବା ଦ୍ବାରା ସାସ୍କୃତିକ ଏକତା ସୃଦୃଢ଼ ହୋଇଥାଏ ବୋଲି କହିଥିଲେ। ସମସ୍ତ ଭାରତୀୟ ଭାଷାର ଜନନୀ ତଥା ଆଦି ଭାଷା ସସ୍କୃତ ଭାଷାକୁ ସମୃଦ୍ଧ କରିବା ପାଇଁ ସମସ୍ତ ମଞ୍ଚାସୀନ ଅତିଥି ଅନୁରୂପ ମନ୍ତବ୍ୟ ସାବ୍ୟସ୍ତ କରିଥିଲେ। ଉକ୍ତ ସଭାରେ ଯୁକ୍ତ ଦୁଇ ଓ ତିନିର ଶତାଧିକ ବିଦ୍ୟାର୍ଥୀଙ୍କ ସମାଗମ ହୋଇଥିଲା। ପରିଶେଷରେ ଓଡ଼ିଆ ଭାଷାବିଦ୍ ଡ. ମୁନି ଓଡ଼ିଆ ଭାଷାର ମହତ୍ୱ ଏବଂ ଉପଲବ୍ଧିକୁ ଅନୁଭବ କରିବା ପାଇଁ ସମସ୍ତଙ୍କୁ ଆହ୍ୱାନ କରିବା ସହ ହାର୍ଦ୍ଦିକ ଧନ୍ୟବାଦ ଜ୍ଞାପନ କରିଥିଲେ।

ରଞ୍ଜନ କୁମାର ରାଉତ

Leave a Reply

Your email address will not be published. Required fields are marked *