ଗ୍ରାମବାସୀ ଓ ବନ ବିଭାଗର ମିଳିତ ସହଯୋଗରେ କ୍ଷତାକ୍ତ ହରିଣ ଉଦ୍ଧାର

ଗ୍ରାମବାସୀ ଓ ବନ ବିଭାଗର ମିଳିତ ସହଯୋଗରେ କ୍ଷତାକ୍ତ ହରିଣ ଉଦ୍ଧାର ।

ଗଣିଆ ୨୯/୦୬() କୁକୁର କବଳରୁ କ୍ଷତାକ୍ତ ହରିଣ ଉଦ୍ଧାର କରିଛି ଗଣିଆ ବନବିଭାଗ । ଗଣିଆ ବ୍ଳକ ମାଳତିପୁଟ ଟୁବୁରୀ ଠାରେ ଏକ ହରିଣକୁ ଗୋଟିଏ କୁକୁର ଗୋଡ଼ାଇ କାମୁଡି ଖଣ୍ଡିଆ ଖାବରା କରି ପକାଇଥିଲା । ଏ ସମ୍ପର୍କରେ ଗ୍ରାମବାସୀ ବନବିଭାଗକୁ ଖବର ଦେବା ପରେ ବିଭାଗୀୟ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଥିଲେ ।

ଜାଲ ସାହାଯ୍ୟରେ ହରିଣଟିକୁ ଉଦ୍ଧାର କରି ବନବିଭାଗ କାର୍ଯ୍ୟାଳୟକୁ ଆଣିଥିଲେ । କୁକୁରଟିର ଆକ୍ରମଣରେ ହରିଣଟି ରକ୍ତାକ୍ତ ହୋଇ ସଂପୂର୍ଣ୍ଣ ଅସୁସ୍ଥ ହୋଇପଡିଥିଲା । ପ୍ରାଣୀ ଚିକିତ୍ସା ଅଧିକାରୀ ବନବିଭାଗ ପରିସରରେ ପହଞ୍ଚି ହରିଣଟିର ଆଶୁ ଚିକିତ୍ସା କରିଥିଲେ । କିଛି ସମୟ ହରିଣଟିକୁ ଏକ ପିଞ୍ଜରାରେ ରଖିବା ପରେ ସେ ସୁସ୍ଥ ହୋଇଯିବାରୁ ତାକୁ ସ୍ଥାନୀୟ ଜଙ୍ଗଲରେ ଛାଡି ଦିଆଯିବ ବୋଲି ଫରେଷ୍ଟର ମନୋଜ ପ୍ରଭାକର ସାହୁ ପ୍ରକାଶ କରିଛନ୍ତି । ଗଣିଆ ରୁ ଜ୍ଞାନୀ ପ୍ରକାଶ ସେନାପତିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *