ଥେରୁବାଲି ସ୍ଥିତ ଇମ୍ଫା ପକ୍ଷରୁ ଶିଳ୍ପଦ୍ୟୋଗୀ ସଚେତନତା କାର୍ଯ୍ୟକ୍ରମ

ଥେରୁବାଲି ସ୍ଥିତ ଇମ୍ଫା ପକ୍ଷରୁ ଶିଳ୍ପଦ୍ୟୋଗୀ ସଚେତନତା କାର୍ଯ୍ୟକ୍ରମ ରାୟଗଡ଼ା ତା୨୨-୦୭-୨୩ ରାୟଗଡା ଜିଲ୍ଲା ଥେରୁବାଲି ସ୍ଥିତ ଇମ୍ଫା କାରଖାନା ପକ୍ଷରୁ ସ୍ଥାନୀୟ ୪୦ ଜଣ ଅନୁସୂଚୀତ ଜାତି ଓ ଜନଜାତିଯୁବକ ଯୁବତୀଙ୍କୁ ନେଇ ଶିଳ୍ପଦ୍ୟୋଗୀ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଇମ୍ଫାର ଉପସଭାପତି ଶ୍ରୀ ଆଶିଷ କୁମାର ରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ସଚେତନତା କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ କରିଥିଲେ ।ସେ ତାଙ୍କ ବକ୍ତବ୍ୟରେ ଯୁବକ ଯୁବତୀ ମାନଙ୍କୁ ପରାମର୍ଶ ଛଳରେ କହିଥିଲେ କି ତୁମେ ମାଲିକ ହେବାକୁ ଚାହଁ ନା ନୌକର ହେବାକୁ ଚାହିଁ ଏହା ତୁମର ନିଜସ୍ଵ ଜୀବନ ଧାରା ଉପରେ ନିର୍ଭର କରେ । ଜାତୀୟ ଏସ ଟି, ଏସ ସି ହବର ଓଡ଼ିଶା ଶାଖା ମୁଖ୍ୟ ଶ୍ରୀ ଶୁଭାଶିଷ ଦାସ ତାଙ୍କ ସହଯୋଗୀ ଶ୍ରୀ ପି ଜେ କର ଓ ବି କେ ପଣ୍ଡା ଯୋଗ ଦେଇ ନୂତନ ଉଦ୍ୟୋଗ ପ୍ରତିଷ୍ଠା ପାଇଁ ଉପଲବ୍ଧ ସମସ୍ତ ସରକାରୀ ଓ ବେସରକାରୀ ସୁବିଧା ସୁଯୋଗ ସମ୍ପର୍କରେ ଯୁବକ ଯୁବତୀମାନଙ୍କୁ ବୁଝାଇଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିଳ୍ପ କେନ୍ଦ୍ରର ମୁଖ୍ୟ ପରିଚାଳକ ଶ୍ରୀ ବିକାଶ ଚନ୍ଦ୍ର ବାଇନ ଯୋଗ ଦେଇଥିବା ବେଳେ ନାବାର୍ଡର ଶ୍ରୀ ସନ୍ତୋଷ କୁମାର ସାମଲ, ଆର୍ ସେ ଟି ର ନିର୍ଦ୍ଦେଶକ ସରୋଜ କୁମାର ପୃଷ୍ଟି , ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ବିଭାଗର ସହକାରୀ ନିର୍ଦ୍ଦେଶକ ଶ୍ରୀ ଏମ କୋଟି ରତ୍ନମ ଓ ଶିଳ୍ପ ସମ୍ପ୍ରସାରଣ ଅଧିକାରୀ ଶ୍ରୀ ସବ୍ୟସାଚୀ ସାହୁ ଯୋଗ ନିଜ ନିଜ ବିଭାଗ ପକ୍ଷରୁ କି କି ସହାୟତା ଦିଆ ଯିବାର ବ୍ୟବସ୍ଥା ରହିଛି ତାର ସୂଚନା ଦେଇଥିଲେ । ଇମ୍ଫାର ଉପ ପ୍ରବନ୍ଧକ ଶ୍ରୀ କଲୋଳ କୁମାର ନାୟକ ଯୋଗ ଦେଇ ଅଂଶ ଗ୍ରହଣ କରିଥିବା ଯୁବ ଉଦ୍ୟୋଗୀମାନଙ୍କୁ ଇମ୍ଫା ପକ୍ଷରୁ ସବୁ ପ୍ରକାର ସହଯୋଗ ଦିଆଯିବ ବୋଲି ଘୋଷଣା କରିଥିଲେ । ଏହି କାର୍ଯ୍ୟକ୍ରମକୁ ଇମ୍ଫାର ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଶକ୍ତି ପାଣିଗ୍ରାହୀ ପରିଚାଳନା କରିଥିବା ବେଳେ ସ୍ଥାନୀୟ ସାମାଜିକ କର୍ମୀ ଶ୍ରୀ ରାଧା ଶ୍ୟାମ ପଣ୍ଡା ସଂଯୋଜନା କରିଥିଲେ । ଇମ୍ଫା ଲୋକ ସମ୍ପର୍କ ବିଭାଗର କର୍ମକର୍ତ୍ତା ଶ୍ରୀ ରବି ଓ ମାନସ ମହାପାତ୍ର ସହଯୋଗ କରିଥିଲେ ।

ନୀଳାମ୍ବର ମିଶ୍ରଙ୍କ ରିପୋର୍ଟ ରାୟଗଡା ।

Leave a Reply

Your email address will not be published. Required fields are marked *