ଗ୍ରାମ ପଞ୍ଚାୟତ କୁ ସରସ ସୁନ୍ଦର କରିବା ସକାଶେ ଅଭିନବ ପ୍ରୟାସ

ରାଇକିଆ, ତା 27/5/25 କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ପେଟାପାଙ୍ଗା ପଞ୍ଚାୟତ କୁ ସରସ ସୁନ୍ଦର କରି ଗଢି ତୋଳିବା ସକାଶେ ପଞ୍ଚାୟତ ନିର୍ବାହୀ ଅଧିକାରୀ ସିବସମ୍ଭୁ ଗୌଡ଼ ଙ୍କ ଅକ୍ଲାନ୍ତ ପରିଶ୍ରମ ସଫଳ ହୋଇ ଥିବା ଦେଖିବାକୁ ମିଳିଅଛି।ପଞ୍ଚାୟତ ରେ ବିଭିନ୍ନ ସ୍ଥାନ ରେ ପଡ଼ି ରହୁଥିବା ଅଳିଆ ଆବର୍ଜ୍ଜନା କୁ ସଫା ସୁତୁରା ରଖିବା ସହିତ ପଞ୍ଚାୟତ କୁ ଆଦର୍ଶ ଗ୍ରାମ କରିବା ସକାଶେ ଦୁଇ ଗୋଟି ବ୍ୟାଟେରୀ ଚାଳିତ ଅଟୋ କୁ ଆଜି ମୁଖ୍ୟ ଅତିଥି ଭାବେ ରାଇକିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସବ୍ୟସଚୀ ସାହୁ ଙ୍କ କର କମଳ ରେ ଉଦ୍ଘାଟନ କରିଥିବା ବେଳେ ଅତିଥି ଭାବେ ମୁଖ୍ୟ ନିର୍ବାହୀ ଯନ୍ତ୍ରୀ ବଣ୍ଟି ଚୌଧୁରୀ,ସରପଞ୍ଚ ପୁଷ୍ପାଞ୍ଜଳି ମଲିକ,ଯନ୍ତ୍ରୀ ଶୁଭେନ୍ଦୁ ପ୍ରଧାନ ପୂର୍ବତନ ସରପଞ୍ଚ ପ୍ରଭାକର ପ୍ରଧାନ ଙ୍କ ସହିତ ସମସ୍ତ SHG ଗ୍ରୁପ ର ମହିଳା ମାନେ ଉପସ୍ଥିତ ରହିଥିଲେ।ସୂଚନା ଥାଉ କି ଆଜିର ଦିନ ରେ ସ୍ୱଚ୍ଛତା ସହିତ ବିଜ୍ଞାନ ର ସଦଉପଯୋଗ ର ଉଦାହରଣ ପାଲଟିଛି ପେଟାପାଙ୍ଗା ପଞ୍ଚାୟତ।ଏହି ପଞ୍ଚାୟତ ରେ ଜନ ସାଧାରଣ ଙ୍କୁ G.P ବାଣୀ ଦ୍ଵାରା ମୁକ୍ତ ୱାଇଫାଇ ଯୋଗାଇଦେବା ହେଉ କିମ୍ବା I.V.R ମାଧ୍ୟମ ରେ ଜନ ସାଧାରଣ ଙ୍କୁ ଖବର ପହଞ୍ଚାଇବା ତଥା ଅନ ଲାଇନ୍ C.C tv ସ୍ମାର୍ଟ କ୍ଲାସ ଏବଂ P.A ସିଷ୍ଟମ୍ ଭଳି ଅଭିନବ ପ୍ରୟାସ କୁ ସଫଳ କରି ଦେଖାଇଛି ପେଟାପାଙ୍ଗା ପଞ୍ଚାୟତ।