ମାଟିଧସିବା ସ୍ଥାନ ଅନୁଧ୍ୟାନ କଲେ ରେଳ ବିଭାଗ ଜିଏମ

କୋରାପୁଟ : ଲଗାତର ବର୍ଷାରେ ମାଟିଧସି ରେଳ ଚଳାଚଳରେ ବ୍ୟାହତ ସୃଷ୍ଟି ହୋଇଥିବାରୁ ରେଳ ଚକାଚଳ ସ୍ୱାଭାବିକ କରିବା ନେଇ ବିଭାଗୀୟ ପୂର୍ବତଟ ଜେନେରାଲ ମ୍ୟାନେଜର ମନୋଜ ଶର୍ମା ଘଟଣା ସ୍ଥଳରେ ପହଞ୍ଚି ସ୍ଥିତ ଅନୁଧ୍ୟାନ କରିଛନ୍ତି । ୩ ଦିନ ତଳେ କୋରାପୁଟ ମାନବାର ଷ୍ଟେସନ ନିକଟ ଜର୍ଟି ଷ୍ଟେସନ ଠାରେ ପାହାଡ଼ରୁ ମାଟିଧସିବା ଯୋଗୁ ତିନିଦିନ ହେବ ଜଗଦଳପୁର ଏବଂ କେରୋଣ୍ଡଲ କୁ ସମସ୍ତ ରେଳ ଚଳାଚଳ ବନ୍ଦ ହୋଇଯାଇଛି । ଯାହାଫଳରେ ହୀରାଖଣ୍ଡ , ରାଉରକେଲା ଏବଂ ବିଶାଖା ପାଟଣା ଏକ୍ସପ୍ରେସ ସହିତ ସମସ୍ତ ମାଲବାହି ଟ୍ରେନ ବନ୍ଦ ରହିଥିବାରୁ ଉକ୍ତ ମାଟି ସଫାକରି ସମସ୍ତ ରେଳ ଚଳାଚଳକୁ ସ୍ୱାଭାବିକ କରିବା ପାଇଁ ଜିଏମ ଶ୍ରୀ ଶର୍ମା ଆଜି ଘଟଣା ସ୍ଥଳ ପରିଦର୍ଶନ କରିଛନ୍ତି ଏବଂ ତୁରନ୍ତ କାର୍ଯ୍ୟକ୍ଷମ କରାଯିବା ନେଉ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରିଛନ୍ତି , ଏହି ସଫେଇ କାର୍ଯ୍ୟରେ ୨୨ ଟି ଜେସିବି , ୧୮ ଟି ଟିପର ସହ ଦୁଇଶହରୁ ଉର୍ଦ୍ଧ୍ୱ ଶ୍ରମିକ ନିୟୋଜିତ ହୋଇଛନ୍ତି, ତେବେ ତୁରନ୍ତ ସଫେଇ କାର୍ଯ୍ୟ ସରିବା ସହ ରେଳ ଚଳା ଛଳ ସ୍ୱାଭାବିକ ହେବ ବୋଲି ସେ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *