ଭୁବନେଶ୍ବର ଏବଂଖୋର୍ଦ୍ଧା ରୋଡ୍ ରେଳ ଷ୍ଟେସନ୍ ନିରୀକ୍ଷଣ

ପାସେଞ୍ଜର ଆମେନିଟି କମିଟି (ପିଏସି) ଦ୍ବାରା ପୁରୀ, ଭୁବନେଶ୍ବର ଏବଂଖୋର୍ଦ୍ଧା ରୋଡ୍ ରେଳ ଷ୍ଟେସନ୍ ନିରୀକ୍ଷଣ।ରେଳ ବୋର୍ଡର ତିନିଜଣ ସଦସ୍ୟ ବିଶିଷ୍ଟ ପାସେଞ୍ଜର ଆମେନିଟି କମିଟି (ପିଏସି) ୧୦.୦୭.୨୦୨୩ ଠାରୁ୧୧.୦୭.୨୦୨୩ ପର୍ଯ୍ୟନ୍ତ ଖୋର୍ଦ୍ଧା ରୋଡ୍ ମଣ୍ଡଳର ପୁରୀ, ଭୁବନେଶ୍ବର ଏବଂ ଖୋର୍ଦ୍ଧା ରୋଡ୍ ଷ୍ଟେସନ୍ନିରୀକ୍ଷଣ କରିଛନ୍ତି । କମିଟିର ସଦସ୍ୟମାନେ ହେଲେ ଶ୍ରୀ ଦିଲ୍ଲିପ ମଲ୍ଲିକ, ଶ୍ରୀ ଅଭିଜିତ୍ ଦାସ ଏବଂ ଶ୍ରୀ ବିଚିତ୍ରନାରାୟଣ କଳିତ।ନିରୀକ୍ଷଣର ପ୍ରମୁଖ କ୍ଷେତ୍ରଗୁଡ଼ିକ ଥିଲା ଯାତ୍ରୀଙ୍କ ମୌଳିକ ସୁବିଧା, ବିଶୁଦ୍ଧ ପାନୀୟଜଳ ସୁବିଧା, ପ୍ରତୀକ୍ଷା କକ୍ଷ ସୁବିଧା, ପ୍ଲାଟଫର୍ମରେ ପଙ୍ଖାର ଉପଲବ୍ଧତା, ଫୁଟ୍ ଓଭର୍ ବ୍ରିଜ୍, ଯାତ୍ରୀ ମାନଙ୍କ ପାଇଁ ବସିବା ବ୍ୟବସ୍ଥା, ଲିଫ୍ଟ/ ଏସ୍ଲେଟର ଗୁଡ଼ିକର କାର୍ଯ୍ୟକାରିତା, ରେଳ ସୂଚକ ବୋର୍ଡ ଇତ୍ୟାଦି। ଷ୍ଟେସନ୍ ପରିସରର ପରିଚ୍ଛନ୍ନତା ଏବଂ କ୍ୟାଟରିଂ ଷ୍ଟଲ୍ରେ ଉପଲବ୍ଧ ଖାଦ୍ୟସାମଗ୍ରୀ ମଧ୍ୟ କମିଟି ସଦସ୍ୟଙ୍କ ଦ୍ଵାରା ପରୀକ୍ଷା କରାଯାଇଥିଲା।ଷ୍ଟେସନ୍ରେ ଉପଲବ୍ଧ ସ୍ୱଚ୍ଛତା ଏବଂ ସୁବିଧା ବିଷୟରେ ଯାତ୍ରୀମାନଙ୍କ ଠାରୁ ମତାମତ ନିଆ ଯାଇଥିଲା। ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ, ଖୋର୍ଦ୍ଧା ରୋଡ୍ ଶ୍ରୀ କଲ୍ୟାଣ ପଟ୍ଟନାୟକ ପିଏସି ସଦସ୍ୟମାନଙ୍କନିକଟରେ ଭୁବନେଶ୍ବର ଏବଂ ପୁରୀ ରେଳ ଷ୍ଟେସନ୍ରେ ଚାଲିଥିବା ପୁନର୍ବିକାଶ କାର୍ଯ୍ୟର ମୂଲ୍ୟାଙ୍କନ କରିଥିଲେ ।ସମସ୍ତ ତିନୋଟିଯାକ ରେଳ ଷ୍ଟେସନ୍ର ଯାଞ୍ଚ୍ ଶେଷ ହେବା ପରେ କମିଟି ଅଧ୍ୟକ୍ଷତାରେ ମଣ୍ଡଳ ରେଳପ୍ରବନ୍ଧକ, ଖୋର୍ଦ୍ଧା ରୋଡ୍ ଶ୍ରୀ ରଙ୍କେଶ ରୟ, ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ, ଖୋର୍ଦ୍ଧା ରୋଡ୍ ଶ୍ରୀ ଶୁଭ୍ରଜ୍ୟୋତିମଣ୍ଡଳ, ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ଭିଭିଭୂମି) ଏବଂ ଅନ୍ୟାନ୍ୟ ଶାଖା ଅଧିକାରୀମାନଙ୍କ ମଧ୍ୟରେ ଏକବୈଠକ ଅନୁଷ୍ଠିତ ହୋଇଥିଲା। ରେଳ ଷ୍ଟେସନ୍ରେ ଯାତ୍ରୀମାନଙ୍କ ପାଇଁ କେତେକ ମୌଳିକ ସୁବିଧା ଏବଂ ସାଧାରଣଜନତାଙ୍କ ସେବାରେ ଅଭିବୃଦ୍ଧି ଓ ଉନ୍ନତି ସମ୍ପର୍କୀତ ଯୋଜନା ପାଇଁ ମଣ୍ଡଳ ରେଳ ପ୍ରବନ୍ଧକ, ଖୋର୍ଦ୍ଧା ରୋଡ୍ ଏବଂ ତାଙ୍କ ଅଧିକାରୀ ଦଳକୁ ପ୍ରଶଂସା କରିଥିଲେ। ସିଲିଂ ଫ୍ୟାନ୍ଗୁଡ଼ିକର ସ୍ଥାନାନ୍ତର, ମୋବାଇଲ୍ ଚାକିଂ ପଏଣ୍ଡ୍ଗୁଡ଼ିକରେ ହୋଲ୍ଡର ବ୍ୟବସ୍ଥା, ଅତିରିକ୍ତ ପରିଶ୍ରାଗାର ବ୍ୟବସ୍ଥା, ଫୁଟ୍ ଓଭର ବ୍ରିଜ୍ରେ ରେଳ ସୂଚକ ବୋର୍ଡ ଲଗାଇବା ଇତ୍ୟାଦିର ପ୍ରସ୍ତାବ ଦେଇଛନ୍ତି। ମଣ୍ଡଳ ରେଳ ପ୍ରବନ୍ଧକ, ଖୋର୍ଦ୍ଧା ରୋଡ୍ ଶ୍ରୀ ରିଙ୍କେଶ ରୟ ପ୍ରତିଶ୍ରୁତି ଦେଇଛନ୍ତି ଯେ, ଯାତ୍ରୀମାନଙ୍କୁ ସର୍ବୋତ୍ତମ ସେବା ଯୋଗାଇ ଦେବା ପାଇଁ ଏହି ମଣ୍ଡଳ ସବୁ ପ୍ରକାର ପଦକ୍ଷେପ ଗ୍ରହଣ କରୁଛି। ଖୋର୍ଦ୍ଧା ରୋଡ୍ ରେଳ ଷ୍ଟେସନ୍କୁ ଏକ ଆଦର୍ଶ ଷ୍ଟେସନ୍ ଭାବରେ ପୁନର୍ବିକାଶ କରିବାର ପଦକ୍ଷେପକୁ ପିଏସି ସଦସ୍ୟମାନେ ପ୍ରଶଂସା କରିଥିଲେ। ରେଳ ଚଳାଚଳରେ କୌଣସି କୌଣସି ପ୍ରତିବନ୍ଧକ ବିନା ପୁରୀ ଏବଂ ଭୁବନେଶ୍ବର ଠାରେ ଖୋର୍ଦ୍ଧା ରୋଡ୍ ମଣ୍ଡ ଦ୍ବାରା ଚାଲିଥିବା ପୁନର୍ବିକାଶ କାର୍ଯ୍ୟକୁ ମଧ୍ଯ ସଦସ୍ୟମାନେ ପ୍ରଶଂସା କରିଥିଲେ।