ଜନ ଶିକ୍ଷଣ ସଂସ୍ଥାନ ଦ୍ଵାରା ସ୍ୱଚ୍ଛତା ଦିବସ ପାଳନ
ଅଦ୍ୟତା ୦୧/୧୦/୨୦୨୩ ରିଖ ଦିନ ୧୦ଘଟିକା ସମୟରେ ଭାରତ ସରକାରଙ୍କ ଅଧିନରେ ପରିଚାଳିତ ଜନ ଶିକ୍ଷଣ ସଂସ୍ଥାନ, ପୁରୀ ତରଫରୁ ପବିତ୍ର ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ଭାରତ ର ପ୍ରଧାନମନ୍ତ୍ରୀ ଙ୍କ ଆହ୍ଵାନ କ୍ରମେ ଦିନରେ ୧ ଘଣ୍ଟା ସ୍ବଚ୍ଛତା ପାଇଁ ଶ୍ରମଦାନ ପରିପେକ୍ଷୀ ରେ ପୁରୀ ସମୁଦ୍ର ଉପକୂଳରେ ଜନ ଶିକ୍ଷଣ ସଂସ୍ଥାନ , ନେହେରୁ ଯୁବକେନ୍ଦ୍ର ଓ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗ ରେ ଏକ ସଫେଇ କାର୍ଯ୍ୟକ୍ରମ କରାଯିବା ସହ ସଚତେନତା ସଭା ଆୟୋଜନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମ କୁ ଅତିରିକ୍ତ ଜିଲ୍ଲାପାଳ ପୁରୀ, ଶ୍ରିଯୁକ୍ତ ପ୍ରଦୀପ କୁମାର ସାହୁ ଶୁଭାରମ୍ଭ କରିବା ସହ ପ୍ରତ୍ୟେକ ବ୍ୟକ୍ତି ନିଜ ନିଜର କର୍ମ କ୍ଷେତ୍ର ସ୍ବଚ୍ଛତା ରଖିବା ଯତ୍ନବାନ ହେବା ସହ ଶ୍ରମଦାନ କଲେ ମହାତ୍ମା ଗାନ୍ଧୀ ଦେଖିଥିବା ସ୍ୱଚ୍ଛ ଭାରତ ର ସ୍ବପ୍ନ ସଫଳ ହେବା ସହ ତାଙ୍କ ପ୍ରତି ପ୍ରକୃତି ଶ୍ରଦ୍ଧାଞ୍ଜଳି ହେବ ବୋଲି ଉଦ୍ଭାବନ ଦେଇଥିଲେ।