ଟିଟିଲାଗଡ ଠାରେ ତାଲୁକ ଆଇନ ସେବା କମିଟି ତରଫରୁ ଆନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସ ଓ ସଚେତନତା ସଭା ଅନୁଷ୍ଠିତ

ଆଜି ଅତିରିକ୍ତ ଜିଲ୍ଲା ଦୌରାଜର୍ଜ ତଥା ଅଧ୍ୟକ୍ଷ, ତାଲୁକ ଆଇନ ସେବା କମିଟି, ଟିଟିଲାଗଡ ଶ୍ରୀଯୁକ୍ତ ସନ୍ଦୀପ କୁମାର ପଟ୍ଟନାୟକଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ଟିଟିଲାଗଡ ସଦରମହକୁମା ସ୍ଥିତ ଏସସିଡ଼ି ସ୍ଵତନ୍ତ୍ର ବିଦ୍ୟାଳୟ, ଟିଟିଲାଗଡ ପରିସରରେ ଆନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସ ପାଳନ କରାଯାଇଛି, ଏହି ଅବସରରେ ବିଦ୍ୟାଳୟର ଅନ୍ତେବାସୀ, ଶିକ୍ଷକ ଓ କର୍ମଚାରୀ ମାନଙ୍କ ଗହଣରେ ଏକ ସଚେତନତା ସଭା ଆୟୋଜିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପେ ଅତିରିକ୍ତ ଜିଲ୍ଲା ଦୌରାଜର୍ଜ ତଥା ତାଲୁକ ଆଇନ ସେବା କମିଟି, ଟିଟିଲାଗଡ ଅଧ୍ୟକ୍ଷ ଶ୍ରୀଯୁକ୍ତ ସନ୍ଦୀପ କୁମାର ପଟ୍ଟନାୟକ ଯୋଗ ଦେଇଥିଲେ । ଅନ୍ୟତମ ଅତିଥି ଭାବେ ଏସଡ଼ିଜେଏମ ଶ୍ରୀମତୀ ଶାଶ୍ଵତୀ ମହାପାତ୍ର, ଆଇନଜୀବୀ କାର୍ତ୍ତିକେଶ୍ଵର ଛତର, ବରିଷ୍ଠ ସମାଜସେବିକା ଅଞ୍ଜଳି ବେହେରା, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରାଜେନ୍ଦ୍ର କୁମାର ମାଝି ଯୋଗ ଦେଇଥିଲେ । ଆନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସ ଅବସରରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ଗୀତ ପରିବେଷଣ କରାଯାଇଥିଲା । ମୁଖ୍ୟ ଅତିଥି ଶ୍ରୀଯୁକ୍ତ ପଟ୍ଟନାୟକ ଅନ୍ତେବାସୀ ରହୁଥିବା ହଷ୍ଟେଲ ପରିଦର୍ଶନ କରିବା ସହ ଛାତ୍ରଛାତ୍ରୀଙ୍କ ଦୈନନ୍ଦିୟ ବିଷୟରେ ଉପସ୍ଥିତ ଶିକ୍ଷକ ମାନଙ୍କ ଠାରୁ ବୁଝିଥିଲେ, ପରିଶେଷରେ ମୁଖ୍ୟ ଅତିଥି ଛାତ୍ରଛାତ୍ରୀଙ୍କୁ ମିଷ୍ଠାନ ଉପହାର ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ତାଲୁକ ଆଇନ ସେବା କମିଟି, ଟିଟିଲାଗଡର ଜୀବରର୍ଦ୍ଧନ ଛତ୍ରିଆ, ବିଦ୍ୟାଳୟର କର୍ମଚାରୀ ଓ ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ ।
