ଜିଲ୍ଲାସ୍ତରୀୟ ଦିବ୍ୟାଙ୍ଗ ପ୍ରତିଭା ସମ୍ମାନ ଉତ୍ସବ : ୨୦୨୩

ପୂର୍ବାହ୍ନ ୧୧.୩୦ମିନିଟରେ ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ ଠାରେ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଜିଲ୍ଲା ପ୍ରକଳ୍ପ ସଂଯୋଜକ ବିଶ୍ୱଜିତ୍ ଘୋଷ ମୁଖ୍ୟ ଅତିଥି ଭାବରେ ପ୍ରଦୀପ ପ୍ରଜ୍ୱଳନ କରି ଆନୁଷ୍ଠାନିକ ଭାବରେ ଜିଲ୍ଲାସ୍ତରୀୟ ଦିବ୍ୟାଙ୍ଗ ପ୍ରତିଭା ସମ୍ମାନ- ୨୦୨୩କୁ ଉଦ୍ଘାଟନ କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ଘୋଷ ଆନ୍ତର୍ଜାତିକ ଦିବ୍ୟାଙ୍ଗ ଦିବସ ଉପରେ ବିସ୍ତୃତ ଆଲୋଚନା କରିବା ସଂଗେସଂଗେ ଦିବ୍ୟାଙ୍ଗ ପିଲାମାନେ କୌଣସିଗୁଣରେ କମ୍ ନୁହନ୍ତି ବୋଲି ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ । ଅନ୍ୟତମ ଅତିଥି ଅତିରିକ୍ତ ଶିକ୍ଷା ଅଧିକାରୀ ଶ୍ରୀମତୀ ମମତା ମିଶ୍ର ତାଙ୍କ ବକ୍ତବ୍ୟରେ କହିଲେ ଯେ ଦିବ୍ୟାଙ୍ଗମାନେ ସକ୍ଷମ ମାନଙ୍କଠାରୁ ଅଧିକ ସକ୍ଷମ । ସେମାନେ ଭାରତୀୟ ପ୍ରଶାସନିକ ସେବାରେ କୃତିତ୍ୱ ହାସଲ କରୁଛନ୍ତି । ଭିନ୍ନ ଭାବରେ କ୍ଷମ, ସେମାନେ ଅକ୍ଷମ ନୁହଁନ୍ତି । ଅଭିନୟ, ସଂଗୀତ ତଥା ସାଂସ୍କୃତିକ ସେମାନେ ଅଗ୍ରଣୀ ଅଛନ୍ତି । ସମ୍ମାନିତ ଅତିଥି ଭାବରେ ଭାରତ ସରକାରଙ୍କର ଶିକ୍ଷାମନ୍ତ୍ରଣାଳୟର ଉପସଚିବ ଶ୍ରୀ ଚରଣଜିତ୍ ତାନେଜା, ଏ.ଏସ୍.ଓ ଶ୍ରୀ ମ୍ରିନ୍ମୟ ଚୌଧୁରୀ ଯୋଗଦେଇଥିଲେ । ଏଥିରେ ସଂଗଠକ ଶ୍ରୀ ନାରାୟଣ ଚନ୍ଦ୍ର ମହାନ୍ତି, ପ୍ରୋଗ୍ରାମର ଶ୍ରୀ ବିଚିତ୍ରାନନ୍ଦ ଜେନା, ଗୁଣାତ୍ମକ ଶିକ୍ଷା ସଂଯୋଜକ ସଂଯୋଜକ ରମେଶ ବଲ୍ଲଭ ସାହୁ, ପ୍ଲାନିଂ ସଂଯୋଜକ ମମତା ବେହେରା, କାର୍ତ୍ତିକେଶ୍ୱର ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ ।
ଦିବ୍ୟାଙ୍ଗ ପିଲାମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ବିଭିନ୍ନ ବର୍ଗର କୃତି ପ୍ରତିଯୋଗୀମାନଙ୍କୁ ମୁଖ୍ୟ ଅତିଥି
ପୁରସ୍କୃତ କରିଥିଲେ । ଶ୍ରୀ ବିଜୟ ପଣ୍ଡା, ଅବସରପ୍ରାପ୍ତ ବି.ଆର.ସି.ସି. କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।