ଖୋର୍ଦ୍ଧା ରୋଡ଼ ମଣ୍ଡଳ ଦ୍ୱାରା “ଆନ୍ତର୍ଜାତୀୟ ଯୋଗ ଦିବସ”

।ଜଟଣୀ:ପ୍ରତିବର୍ଷ ୨୧ ଜୁନ୍ “ଆନ୍ତର୍ଜାତୀୟ ଯୋଗ ଦିବସ” ଭାବରେ ପାଳନ କରାଯାଏ। ଏହି ଦିବସରେ ସମସ୍ତ ବ୍ୟକ୍ତିବିଶେଷ, ସମ୍ପ୍ରଦାୟ ଏବଂ ସଂଗଠନ ଗୁଡ଼ିକୁ ଏକତ୍ରିତ କରି ଯୋଗ ସାଧନରେ ସାମିଲି କରାଯାଇଛି, ଯୋଗ ସାଧନ ମଣିଷର ସରିରକୁ ଅତ୍ୟନ୍ତ ଲାଭଦାୟକ। ଏହି ଅପାର ଲାଭକୁ ବିତରଣ କରିଛନ୍ତି ରେଳ ମଣ୍ଡଳର କର୍ମ କର୍ତ୍ତା ମାନେ। ଏହି କାର୍ଯକ୍ରମକୁ କର୍ଯ୍ଯକାରୀ କରିବା ପାଇଁ ଏକ ସୁଯୋଗ ଭାବରେ କାର୍ଯ୍ୟ କରେ। “ଆନ୍ତର୍ଜାତୀୟ ଯୋଗ ଦିବସ ୨୦୨୩” ର ଥିମ ହେଉଛି “ବସୁଧେବ୍ୟ କୁଟୁମ୍ବକମ୍ ପାଇଁ ଯୋଗ”। ଖୋର୍ଦ୍ଧା ରୋଡ଼ ମଣ୍ଡଳ ଦ୍ୱାରା ରେଲୱେ ଷ୍ଟାଡିୟମ୍ ରେ “ଆନ୍ତର୍ଜାତୀୟ ଯୋଗ ଦିବସ” ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମ କୁ ଖୋର୍ଦ୍ଧା ରୋଡ଼ ମଣ୍ଡଳର ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ରିଙ୍କେଶ ରାୟ ଏବଂ ପୂର୍ବତଟ ରେଳପଥ ମହିଳା କଲ୍ୟାଣ ସଂଗଠନ ର ସଭାନେତ୍ରୀ ଶ୍ରୀମତୀ ଶୁଭଲକ୍ଷ୍ମୀ ଜେନା ଉଦଘାଟନ କରିଥିଲେ। ଏହି ଅବସରରେ ପତଞ୍ଜଳି ଯୋଗ ସମିତି, ଜଟଣୀ ର ଯୋଗ ଗୁରୁ ଶ୍ରୀ କୈଳାଶ ଚନ୍ଦ୍ର ଖଣ୍ଡେଲୱାଲା ଏବଂ ଶ୍ରୀ ଆଦିନାରାୟଣ ଖଣ୍ଡୁଆଳ ବିଶିଷ୍ଟ ଅତିଥି ଭାବରେ ଯୋଗ ଦେଇଥିଲେ। ସେମାନେ ଯୋଗ ଏବଂ ପ୍ରାଣାୟାମଙ୍କ ସହ ସମାବେଶରେ ଏକ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଯୋଗର ମହତ୍ତ୍ ବର୍ଣ୍ଣନା କରିଥିଲେ। ଏହି ଆନ୍ତର୍ଜାତୀୟ ଯୋଗ ଦିବସ କାର୍ଯ୍ୟକ୍ରମରେ ଶ୍ରୀ ଶୁଭ୍ର ଜ୍ୟୋତି ମଣ୍ଡଳ, ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ଇନଫ୍ରା), ସମସ୍ତ ଶାଖା ଅଧିକାରୀ, ପୂର୍ବ ତଟ ରେଳ ମହିଳା କଲ୍ୟାଣ ସଂଗଠନର ସଦସ୍ୟ ଏବଂ କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ। ଖୋର୍ଦ୍ଧା ରୋଡ଼ ମଣ୍ଡଳର ପ୍ରମୁଖ ଷ୍ଟେସନ ଗୁଡ଼ିକ ରେ ଯଥା ପାଲାସା, ବ୍ରହ୍ମପୁର, କଟକ, ତାଳଚେର, କେଉଁଝରଗଡ଼, ପାରାଦୀପ, ପୁରୀ ଏବଂ ଭଦ୍ରକ ଠାରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଛି। ଶ୍ରୀ ଆର୍.ଏନ.ଏ ପରିଡ଼ା, ବରିଷ୍ଠ ମଣ୍ଡଳ କାର୍ମିକ ଅଧିକାରୀ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।