ଚଳିତ ରଥଯାତ୍ରା ଉପଲକ୍ଷେ ୧ ମିନଟ ୩୨ ସେକେଣ୍ଡର ସ୍ୟାଣ୍ଡ ଆନିମେସନ ଭିଡ଼ିଓ ପ୍ରସ୍ତୁତ କରିଛନ୍ତି ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ
ପୁରୀ- ଏହି ଭିଡ଼ିଓରେ ସ୍ୟାଣ୍ଡ ଆନିମେସନକୁ ସମ୍ପୂର୍ଣ୍ଣ ଭାବରେ ଆନିମେଟଡ଼ କରାଯାଇଛି । ଏଥିରେ ଜଗତରନାଥ ଜଗନ୍ନାଥଙ୍କ ବଡ ଦେଉଳର ନିର୍ମାଣ ଠାରୁ ଆରମ୍ଭ କରି ବଡ଼ ରଥ ନିର୍ମାଣ ଏବଂ ଭକ୍ତବତ୍ସବଳ ମହାପ୍ରଭୁ ବଡଦାଣ୍ଡକୁ ଓହ୍ଲାଇ ଆସୁଛନ୍ତି ତାଙ୍କ ଲୀଳା ଖେଳା ଦେଖାଇବା ପାଇଁ । ସାରା ସଂସାରକୁ ନିଜର ଦର୍ଶନ ଦେବା ପାଇଁ ବଡଦେଉଳରୁ ବାହାରି ଆସିଛନ୍ତି ରଥଉପରକୁ । ୨ ବର୍ଷ ହେଲା କରୋନା ମହାମାରୀ ପ୍ରକୋପରୁ ପ୍ରଭୁଙ୍କୁ ନଦେଖି ଥିବାରୁ ପ୍ରଭୁଙ୍କୁ ରଥାରୁଢ ଦେଖି ଭକ୍ତ ବିଭୋର ହୋଇଯାଉଥିବାର ଦୃଶ୍ୟ ଅତି ସୁନ୍ଦର ଭାବରେ ଆନିମେଟଡ଼ କରିଛନ୍ତି ବାଲୁକା ଶିଳ୍ପୀ ମାନସ କୁମାର ସାହୁ ।
ଏହି ୧ ମିନିଟ ୩୨ ସେକେଣ୍ଡର ଭିଡ଼ିଓ ପ୍ରସ୍ତୁତ କରିବାକୁ ମାନସ ସାହୁଙ୍କୁ ୧୦ଘଣ୍ଟା ସମୟ ଲାଗିଥିଲା । ଏଥିରେ ସେ ସାରା ବିଶ୍ୱକୁ “Happy Rath Yatra “ର ବାର୍ତ୍ତା ଦେଇଛନ୍ତି । ଏବଂ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ମାସ୍କ ପିନ୍ଧି କୋଭିଡ ନିୟମ ମାନି ରଥଯାତ୍ରାରେ ସାମିଲ ହୁଅନ୍ତୁ ।