ଆନ୍ତର୍ଜାତିକ ବିଜ୍ଞାନ ଦିବସ ପାଳିତ

ପୁରୀ , ତା ୨୮/୦୨- ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ମାରୁତି ନଗର ପୁରୀ ପରିସରରେ ଆନ୍ତର୍ଜାତିକ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶିକ୍ଷୟିତ୍ରୀ ଦୀପ୍ତି ମିଶ୍ର ଯୋଗଦେଇ ବିଜ୍ଞାନର ସଦୁପଯୋଗ ହେଲେ ଦେଶ ଓ ଜାତି ଆଗେଇ ପାରିବ ବୋଲି ମତବ୍ୟକ୍ତ କରିଥିଲେ। ଅନ୍ୟତମ ଅତିଥି ଓ ମୁଖ୍ୟ ବକ୍ତା ଭାବେ ଶିକ୍ଷା ବିକାଶ ସମିତି ଓଡିଶାଙ୍କ ପୁରୀ ବିଭାଗ ନିରୀକ୍ଷକ ଶ୍ରୀଯୁକ୍ତ ପ୍ରଶନ୍ନ ମହାନ୍ତି ଓ ଶିକ୍ଷାବିତ୍ ଆଲୋକ କୁମାର ପ୍ରଧାନ ଯୋଗଦେଇ ମାର୍ଗଦର୍ଶନ ଦେଇଥିଲେ। ପ୍ରାରମ୍ଭରେ ପ୍ରଧାନାଚାର୍ଯ୍ଯ ଶ୍ରୀଯୁକ୍ତ ବିନୋଦ କୁମାର ସେନାପତି ଅତିଥି ପରିଚୟ ପ୍ରଦାନ କରିଥିଲେ। ଆଚାର୍ଯ୍ୟା ରଶ୍ମିତା ସାମନ୍ତରାୟଙ୍କ ଦ୍ଵାରା ଶିଶୁମାନଙ୍କ ନେଇ ବିଜ୍ଞାନ ଭିତ୍ତିକ ନୃତ୍ୟ ପରିବେଷଣ କରାଯାଇଥିଲା। ବିଭିନ୍ନ ପ୍ରତିଯୋଗିତା ଭାଗନେଇ ଥିବା କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ଆଚାର୍ଯ୍ୟା ସୌଦାମିନୀ ପ୍ରଧାନ ସମେତ ଅନ୍ୟାନ୍ୟ ଆଚାର୍ଯ୍ୟ, ଆଚାର୍ଯ୍ୟା ମାନେ ସମସ୍ତ କାର୍ଯ୍ୟକୁ ପରିଚାଳନା କରିବା ସହିତ ଆଚାର୍ଯ୍ୟା ଶ୍ରୀମତୀ ଲକ୍ଷ୍ମୀପ୍ରିୟା ରଥ ଧନ୍ୟବାଦ ଅର୍ପଣ କରିଥିଲେ।