ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳିତ

ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳିତ।ପୁରୀ ୧/୧୦ ବରିଷ୍ଠ ନାଗରିକ ମାନେ ଅଭିଜ୍ଞତା ଓ ଅନୁଭବର ଅମୂଲ୍ୟ ସମ୍ପଦ।ସେମାନ ଙ୍କୁ ଉପଯୁକ୍ତ ସମ୍ମାନ ଓ ସୁରକ୍ଷା ଦେବା ଆମ ସମସ୍ତଙ୍କର କର୍ତ୍ତବ୍ୟ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ଡଃ ଶରତ ଚନ୍ଦ୍ର ମହାପାତ୍ର।ପୁରୀ ଜିଲ୍ଲା ପ୍ରଶାସନ ସାମାଜିକ ସୁରକ୍ଷା କାର୍ଯ୍ୟାଳୟ ପକ୍ଷରୁ ମୋଚିସାହି କଲ୍ୟାଣ ମଣ୍ଡପ ଠାରେ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଡଃ ମହାପାତ୍ର ବରିଷ୍ଠ ନାଗରିକ ମାନଙ୍କ ପାଇଁ ଅନେକ ବ୍ୟବସ୍ଥା କରାଯାଇଛି।ସେମାନଙ୍କ ପାଇଁ ସାମାଜିକ ସୁରକ୍ଷା ଯୋଜନା, ସ୍ୱାସ୍ଥ୍ୟ ବ୍ୟବସ୍ଥା ଇତ୍ୟାଦି କରାଯାଇଛି।ତେବେ ଆଉ ଯାହା ସମସ୍ୟା ରହିଛି ତାହା ପର୍ଯ୍ୟାୟ କ୍ରମେ ସମାଧାନ କରାଯାଇ ପାରିବ ବୋଲି ସେ କହିଥିଲେ।ମୁଖ୍ୟ ବକ୍ତା ଭାବେ ଶିକ୍ଷାବିତ କୈଳାସ ଚନ୍ଦ୍ର ଟିକାୟତରାୟ ଯୋଗ ଦେଇ ବୟସ୍କ ଙ୍କ ଅଭିଜ୍ଞତା ଓ ବରିଷ୍ଠତା ଏବଂ ଯୁବ ବିଜ୍ଞ ଜ୍ଞାନୀ ଙ୍କ ମଧ୍ୟରେ ପ୍ରଭେଦ ରହିଛି।ଅଭିଜ୍ଞତା ଓ ଅନୁଭବ ଏକ ବଡ ଉପଲବ୍ଧି।ବୟସ୍କ ମାନଙ୍କ ପାଇଁ ସରକାର ଯେଉଁ ଯୋଜନା କରିଛନ୍ତି ତାହାର ସୁଫଳ ପାଇବା ପାଇଁ ସେମାନେ ସଚେତନ ହେବା ଜରୁରୀ ବୋଲି କହିଥିଲେ।ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶୁଭ୍ରାଂଶୁ କୁମାର ମହାରଣା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ସମାଜସେବୀ ସିଦ୍ଧାର୍ଥ ରାୟ ଯୋଗ ଦେଇ ବରିଷ୍ଠ ନାଗରିକ ମାନଙ୍କ ସମସ୍ୟା, ଆବଶ୍ୟକତା ଇତ୍ୟାଦି ସମ୍ବନ୍ଧରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମ ରେ ବରିଷ୍ଠ ନାଗରିକ ମାନେ ଯୋଗ ଦେଇ ସେମାନଙ୍କ ମତ ଉପସ୍ଥାପନ କରିଥିଲେ।

Leave a Reply

Your email address will not be published. Required fields are marked *