ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ

ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ ପ୍ରସ୍ତୁତି ବୈଠକ।
ପୁରୀ ୧୮/୬ ଜୁନ ୨୧ ଆନ୍ତର୍ଜାତୀୟ ଯୋଗ ଦିବସ।ପୁରୀ ଜିଲ୍ଲାରେ ଏହାକୁ ଶୃଙ୍ଖଳିତ ଭାବେ ପାଳନ ପାଇଁ ଆଜି ଅପରାହ୍ନରେ ରାଷ୍ଟ୍ରୀୟ ବିଜ୍ଞାନ କେନ୍ଦ୍ର ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନୀଳମାଧବ ଭୋଇ,ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି ଯୋଗ ଦେଇ ଜିଲ୍ଲା,ପୌରାଞ୍ଚଳ, ବ୍ଲକ,ଗ୍ରାମ ପଞ୍ଚାୟତ ଓ ଏନ ଏ ସି ମାନଙ୍କ ରେ ଯୋଗ ଦିବସ ଆୟୋଜନ ଓ ଯୋଗ ର ଉପକାରିତା ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇବା ସମ୍ପର୍କରେ ଗୁରୁତ୍ୱ ଦେଇଥିଲେ।ସେହିପରି ସ୍ବତନ୍ତ୍ର ଭାବେ ଐତିହ୍ୟ କିର୍ତ୍ତି କୋଣାର୍କ ଠାରେ ଯୋଗ ଦିବସ ପାଳିତ ହେବ।ଅନ୍ୟ ପକ୍ଷରେ
ସମସ୍ତ ବ୍ଲକ,ପଞ୍ଚାୟତ,ଏନ ଏ ସି ,ପୁରୀ ପୌର ପାଳିକା ଓ ଜିଲ୍ଲା ସ୍ତରରେ ଏହା ପାଳନ ହେବାକୁ ଯାଉ ଥିବାରୁ ଆଭାସୀ ମାଧ୍ୟମରେ ସମସ୍ତ ଅଧିକାରୀ ମାନ ଙ୍କୁ ଏଥିରେ ସାମିଲ କରାଯାଇ ଆଲୋଚନା କରା ଯାଇଥିଲା।ନିଷ୍ପତ୍ତି ମୁତାବକ ସମସ୍ତ ପଞ୍ଚାୟତ,ବ୍ଲକ, ଏନ ଏ ସି ମାନଙ୍କରେ ସେହି ଅଞ୍ଚଳରେ କାର୍ଯ୍ୟ କରୁଥିବା ଯୋଗ ସମିତିର ସଦସ୍ୟ ମାନଙ୍କ ସହଯୋଗ ନେଇ ଏହା ଆରମ୍ଭ ହେବ।ସେହିପରି ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ କୋଣାର୍କ ସୂର୍ଯ୍ୟ ମନ୍ଦିର ଠାରେ ଜିଲ୍ଲା ପ୍ରଶାସନ, କୋଣାର୍କ ଏନ ଏ ସି,ଏ ଏସ ଆଇ ର ମିଳିତ ସହଯୋଗରେ ଏହା ପାଳନ କରାଯିବ। ଜିଲ୍ଲା ପ୍ରଶାସନ,ପୁରୀ ପୌରପାଳିକା , ସଦର ବ୍ଲକ ଓ ଅବକାରୀ ବିଭାଗ ପକ୍ଷରୁ ବ୍ଲୁ ଫ୍ଲାଗ ବିଚ ଠାରେ ଯୋଗ ଶିବିର ଆୟୋଜନ କରାଯିବ। ଜୁନ ୨୧ ତାରିଖ ସକାଳ ୭ଟା ମଧ୍ୟରେ ସମସ୍ତେ ନାମ ପଞ୍ଜିକରଣ କରିବା ପରେ ପ୍ରାର୍ଥନା ସଭା ଓ ପରେ ସକାଳ ୮ ଘଟିକା ପର୍ଯ୍ୟନ୍ତ ଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ନୋଡାଲ ଅଫିସର ତଥା ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ ସୂଚନା ଦେଇଛନ୍ତି।ବୈଠକରେ ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ,ରାଷ୍ଟ୍ରୀୟ ବିଜ୍ଞାନ କେନ୍ଦ୍ର ର ଡିଆଇଓ ବିଶ୍ବନାଥ ପଣ୍ଡା,ଅବକାରୀ ଅଧିକ୍ଷକ ଜଗଦୀଶ ସାମଲ,ଜିଲ୍ଲା ପଞ୍ଚାୟତ ଅଧିକାରୀ ବଳରାମ ପାତ୍ର,କୋଣାର୍କ ପର୍ଯ୍ୟଟନ ଅଧିକାରୀ ଅମିୟ କୁମାର ସେଠୀ,ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ହିମାଂଶୁ ସମର୍ଥା ପ୍ରମୁଖ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *