ଗ୍ରୀଡକୋ ପକ୍ଷରୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଗ୍ରୀଡକୋ ପକ୍ଷରୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଭୁବନେଶ୍ୱର, ୨୧.୬ – ଗ୍ରୀଡକୋ କର୍ମଚାରୀମାନେ ଆଜି ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ କାର୍ଯ୍ୟାଳୟ ପରିସରରେ ଉତ୍ସାହ ଓ ଉଦ୍ଦୀପନାର ସହିତ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରିଛନ୍ତି।
ତାଲିମପ୍ରାପ୍ତ ପ୍ରଶିକ୍ଷକଙ୍କ ମାର୍ଗଦର୍ଶନରେ ଆଜି ଏକ ଯୋଗ ଅଧିବେଶନ ଆୟୋଜନ କରାଯାଇଥିଲା, ଯେଉଁଥିରେ ମୌଳିକ ଯୋଗାସନ, ଶ୍ୱାସକ୍ରିୟା ସମ୍ବନ୍ଧୀୟ ବ୍ୟାୟାମ ଏବଂ ଧ୍ୟାନ ଉପରେ ପ୍ରଶିକ୍ଷଣ ଦିଆଯାଇଥିଲା। ପରେ କର୍ମଚାରୀ ମାନେ ଏହାର ଅଭ୍ୟାସ ମଧ୍ୟ କରିଥିଲେ।
ଏହି କାର୍ଯ୍ୟକ୍ରମ ରେ ଗ୍ରୀଡ଼କୋ ର ସମସ୍ତ କର୍ମଚାରୀ ମାନେ ସକ୍ରିୟ ଭାବରେ ଅଂଶଗ୍ରହଣ କରିଥିଲେ। ଏଥିରେ ଶାରୀରିକ ଏବଂ ମାନସିକ ସୁସ୍ଥତାର ଗୁରୁତ୍ୱ ଉପରେ ମଧ୍ୟ ଆଲୋକପାତ କରାଯାଇଥିଲା। ଏହି ପଦକ୍ଷେପ ଗ୍ରୀଡକୋର କର୍ମଚାରୀଙ୍କ ମଧ୍ୟରେ ଏକ ସୁସ୍ଥ ଏବଂ ସନ୍ତୁଳିତ ଜୀବନଶୈଳୀକୁ ପ୍ରୋତ୍ସାହିତ କରିବା ପ୍ରତି ଥିବା ପ୍ରତିବଦ୍ଧତାକୁ ପ୍ରତିଫଳିତ କରିଥିଲା।

Leave a Reply

Your email address will not be published. Required fields are marked *