ପଞ୍ଚାୟତରାଜ ଉଚ୍ଚ ବିଦ୍ୟାଳୟରେ ଆନ୍ତର୍ଜାତୀୟ ଯୋଗ ଦିବସ ।

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ସନ୍ନିକଟ କାନପୁରା ପଞ୍ଚାୟତରାଜ ଉଚ୍ଚ ବିଦ୍ୟାଳୟ ରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ପ୍ରତ୍ୟୁଷରେ ପ୍ରଧାନଶିକ୍ଷକ ଶ୍ରୀରାମ ରାଉତ ଙ୍କ ଅଧ୍ୟକ୍ଷତାରେ ତଥା ଯୋଗ ଗୁରୁ ଶଙ୍କର୍ଷଣ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଶିକ୍ଷକ ,ଶିକ୍ଷୟିତ୍ରୀ ତଥା ଛାତ୍ରଛାତ୍ରୀ ମାନଙ୍କୁ ଯୋଗାସନ , ପ୍ରାଣାୟମ , ଭସ୍ତ୍ରୀକା , ଧ୍ୟାନ , ନାଡୀ ଶୋଧନ ଇତ୍ୟାଦି ଉପରେ ତାଲିମ ପ୍ରଦାନ କରାଯାଇଥିଲା । ସାମ୍ପ୍ରତିକ ସମୟରେ ଯୋଗ ମଣିଷ ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ରହିବା ଦରକାର କାରଣ ଏହା ଶରୀରକୁ ସୁସ୍ଥ ଓ ନିରୋଗ ରଖିଥାଏ । ଏହା ଛାତ୍ରଛାତ୍ରୀ ମାନଙ୍କର ମାନସିକ , ବୌଦ୍ଧିକ ,ତଥା ବ୍ୟବହାରିକ ଗୁଣାବଳୀ କୁ ବିକଶିତ କରିଥାଏ ବୋଲି ପ୍ରଧାନ ଶିକ୍ଷକ ମତ ରଖିଥିଲେ । ଶିକ୍ଷକ ସୁରେଶ କୁମାର ବିଶ୍ବାଳ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଶିକ୍ଷକ ଧ୍ରୁବଚରଣ ସୁନ୍ଦରାୟ ,ଚନ୍ଦ୍ରମଣି ଲେଙ୍କା , ରୁଦ୍ରନାରାୟଣ ପରିଡା , ବାନାର୍ଜୀ ମହାନ୍ତି , ନିରଞ୍ଜନ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶିକ୍ଷକ କୈଳାଶ ଚନ୍ଦ୍ର ବିଶ୍ଵାଳ , ସମରେନ୍ଦ୍ର ନାୟକ, ବସନ୍ତ ସାହୁ , ନିର୍ମଳ କୁମାର ମହାନ୍ତି , ସୌଭାଗ୍ୟ ସାହୁ , ଚିତ୍ତରଞ୍ଜନ ବିଶ୍ୱାଳ , ଆକାଶ ରାଉତ , ରାଜେଶ ସାହୁ , ଶିକ୍ଷୟିତ୍ରୀ କବିତା ରାଉତ , ସୁମିତ୍ରା ଜେନା , ପ୍ରଭାତୀ ସାହୁ , ଗୀତା ମହାପାତ୍ର, ରୋଜାଲିନ ପତି , ଜୟସ୍ମିତା ରାଉତ , ଶିକ୍ଷା କର୍ମଚାରୀ ଗିରିଶ ଚନ୍ଦ୍ର ମହାନ୍ତି , ରବିନାରାୟଣ ରାଉତ ସାନ୍ତନୁ ରାଉତ , ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ । ବିଦ୍ୟାଳୟ ର ଏନ ସି ସି , ଭାରତ ସ୍କାଉଟ ଗାଇଡ଼ , ଜେ ଆର ସି ର ଛାତ୍ରଛାତ୍ରୀ ମଧ୍ୟ ଉକ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।