ଆନ୍ତର୍ଜାତୀୟ ଯୋଗଦିବସ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପୁରୁଣାବଜାର

ଆନ୍ତର୍ଜାତୀୟ ଯୋଗଦିବସ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପୁରୁଣାବଜାର, ଭଦ୍ରକ |

ଅଦ୍ୟ ତା ୨୧-୦୬-୨୫ ରିଖ, ଶନିବାର ପ୍ରାତଃ ୭ ଘଟିକା ସମୟରେ ସ. ସି. ବି. ମ. ପୁରୁଣାବଜାର, ଭଦ୍ରକର ଯୋଗ ଦିବସ ପାଳିତ ହୋଇଯାଇଛି | ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଆଚାର୍ଯ୍ୟ ମାନ୍ୟ ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ସେଠୀ ଓ କିଶୋର କୁମାର ମହାନ୍ତିଙ୍କ ମାର୍ଗଦର୍ଶନରେ ଯୋଗ କାର୍ଯ୍ୟ ସମ୍ପାଦନ ହୋଇଥିଲା |

ଏହି ଯୋଗ କାର୍ଯ୍ୟରେ ସମସ୍ତ ଆଚାର୍ଯ୍ୟ ଓ ଆଚାର୍ଯ୍ୟା ଙ୍କ ସହିତ ପରିଚାଳନା ସମିତି ର ସଭାପତି ମାନ୍ୟ ଶ୍ରୀଯୁକ୍ତ ବିଜୟ କୁମାର ବହଳୀ ଯୋଗଦାନ କରିଥିଲେ |

ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ରାଜକିଶୋର ଦାସଙ୍କ ସଂଯୋଜନା ରେ ଉକ୍ତ ଯୋଗ କାର୍ଯ୍ୟଶାଳା ସମ୍ପାଦିତ ହୋଇଥିଲା | ଉକ୍ତ କାର୍ଯ୍ୟକ୍ରମର ସଫଳ ରୂପାୟନ ନିମନ୍ତେ ସଭାପତି ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ |

Leave a Reply

Your email address will not be published. Required fields are marked *