ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ପାଳିତ

ଜଗତସିଂହପୁର ଜିଲ୍ଲା ସ୍ଥାନୀୟ ଶାରଦା ମଣ୍ଡପ ଠାରେ ପାତାଞ୍ଜଳି ଯୋଗ ସମିତି ପକ୍ଷରୁ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ପାଳିତ ହୋଇ ଯାଇଛି । ଏହି ଅବସରରେ ଆୟୋଜିତ ଯୋଗ ଶିବିରରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ, ଯୋଗ ଗୁରୁ ବିଶ୍ୱନାଥ ସିଂ, ସତ୍ୟବ୍ରତ ମହାପାତ୍ର, ବିଜୟ କୁମାର ରଥ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ମାନେ ଯୋଗ ଦେଇ ଏହି ଯୋଗ ଶିବିରରେ ଅଂଶ ଗ୍ରହଣ କରିଥିଲେ । ଏହି ଯୋଗ ଶିବିର ରେ ପାତଞ୍ଜଳି ସେବା ସମିତି ର ସମସ୍ତ କର୍ମକର୍ତ୍ତାଙ୍କ ସହ ବିଭିନ୍ନ ଅନୁଷ୍ଠାନ ର କର୍ମକର୍ତ୍ତା ମାନେ ଯୋଗ ଦେଇ ଛନ୍ତି । ଯୋଗ କରିବା ଦ୍ୱାରା ଶରୀର ସୁସ୍ଥ ନିରୋଗ ରହିବା ସହିତ ଓ ମନକୁ ଏକାଗ୍ରତା ରଖିପାରେ ବୋଲି ଅତିଥି ମତବ୍ୟକ୍ତ କରିଥିଲେ
Reporter- Rita Sahoo