ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ରାୟଗଡ଼ା ତା୨୨-୦୬-୨୩ ରାୟଗଡା ବ୍ଲକ ଅନ୍ତର୍ଗତ ଜେକେପୁର ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ପ୍ରଶିକ୍ଷକ ଶ୍ରୀ ସୁରେଶ କୁମାର ନାୟକ ଯୋଗ ଦେଇଥିବା ବେଳେ ସମ୍ମାନୀୟ ଅତିଥି ଭାବେ ବିଦ୍ୟାଳୟର ପ୍ରାକ୍ତନ ଗୁରୁଜୀ ଶ୍ରୀ ସୀମାଞ୍ଚଳ ମହାନ୍ତି ଯୋଗ ଦେଇ ସୁସ୍ଥ ଓ ନିରୋଗ ରହିବା ପାଇଁ ଯୋଗର ଉପାଦେୟତା ଉପରେ ଛାତ୍ର ଛାତ୍ରୀ ଅଭିଭାବକଙ୍କୁ ବୁଝାଇ ଥିଲେ ।

ଏହି ଅବସରରେ ସାମୁହିକ ଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଶିଶୁ ମନ୍ଦିରର ଛାତ୍ର ଛାତ୍ରୀ, ଗୁରୁମା, ଗୁରୁଜୀ ଓ ମାଉସୀ ମାନେ ଅଂଶ ଗ୍ରହଣ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ଶ୍ରୀ ସତ୍ୟ ନାରାୟଣ ସେଠୀ ଅତିଥି ପରିଚୟ କରିବାସହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଅନିତା ଗୁରୁମା କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ସ୍ବପ୍ନା ଗୁରୁମା ବନ୍ଦନା ଗାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶିଶୁ ମନ୍ଦିରର ସମସ୍ତ ଗୁରୁମା ଗୁରୁଜୀ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *