କୋଣାର୍କରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

କୋଣାର୍କ, ୨୧.୦୬- ବିଶ୍ଵ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର ସମ୍ମୁଖରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଶିକ୍ଷା ବିକାଶ ସମିତି ଓଡିଶା ଆନୁକୁଲ୍ୟରେ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ନିମାପଡ଼ା ଓ କାକଟପୁର ସଙ୍କୁଳ ମିଳିତ ସହଯୋଗରେ କୋଣାର୍କ ସରସ୍ଵତୀ ଶିଶୁ ମନ୍ଦିର ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୬ଟି ବିଦ୍ୟାଳୟର ପ୍ରାୟ ୩୦୦ଜଣ ଛାତ୍ରିଛାତ୍ର ଯୋଗ ଦେଇ ଯୋଗ ଅଭ୍ୟାସ କରିଥିଲେ। ଶିକ୍ଷା ବିକାଶ ସମିତି କର୍ମକର୍ତା ମାନେ ଏହି ଯୋଗ ଶିବିରକୁ ପରିଚାଳନା କରିଥିଲେ। ଅନୁରୂପ ଭାବେ ସତ୍ୟସାଇ ସେବା ସଙ୍ଗଠନ ଓ ବସନ୍ତ ମଞ୍ଜରୀ ପାଠାଗାର ପକ୍ଷରୁ ସୂର୍ଯ୍ୟ ମନ୍ଦିର ବେଢ଼ାରେ ଯୋଗ ଦିବସ ପାଳିତ ହୋଇଯାଇଛି। ସେହିପରି ଭାବେ କାକଟପୁର ଆଦର୍ଶ ବିଦ୍ୟାଳୟ ପରିସରରେ ମଧ୍ଯ ଯୋଗ ଦିବସ ପାଳନ ପୂର୍ବକ ଯୋଗ ଅଭ୍ୟାସ କରଯାଇଥିଲା। ୧୫୦ଛାତ୍ର ଛାତ୍ରୀ ଯୋଗ ଦେଇ ଯୋଗ ଶିକ୍ଷା ଲାଭ କରିଥିଲେ।

ରିପୋର୍ଟ୍ – ଜ୍ଞାନ ରଞ୍ଜନ ବିଶ୍ଵାଳ

Leave a Reply

Your email address will not be published. Required fields are marked *