ବେଦାନ୍ତ ବିଶ୍ଵବିଦ୍ୟାଳୟ ପାଇଁ ବେଆଇନ ଜମି ଅଧିଗ୍ରହଣ ଜାଲିଆତିର ତଦନ୍ତ

ବେଦାନ୍ତ ବିଶ୍ଵବିଦ୍ୟାଳୟ ପାଇଁ ବେଆଇନ ଜମି ଅଧିଗ୍ରହଣ ଜାଲିଆତିର ତଦନ୍ତ ଓ ସଂପୃକ୍ତ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ବେଦାନ୍ତ ବିଶ୍ଵବିଦ୍ୟାଳୟ ବିରୋଧୀ ସଂଘର୍ଷ ସମିତିର ରାଜ୍ୟ ଭିଜିଲାନ୍ସ ନିର୍ଦ୍ଦେଶକଙ୍କ ନିକଟରେ ଲିଖିତ ଅଭିଯୋଗ।କଟକ ୧୧/୦୧- ୨୦୦୬ମସିହା ପୁରୀ ଜିଲ୍ଲାର ସଦର ବ୍ଲକରେ ରାଜ୍ୟ ସରକାର ସମସ୍ତ ସରକାରୀ ନୀତିନିୟମକୁ ବେଖାତିର କରି ବେଦାନ୍ତ କମ୍ପାନୀ ପ୍ରତି ଅହେତୁକ ଅନୁକମ୍ପା ପ୍ରଦର୍ଶନ କରି ହଜାର ହଜାର ଏକର ଚାଷଜମୀ ଓ ଜଗନ୍ନାଥଙ୍କ ଅମୃତମଣୋହୀ ଜମି ଜବରଦଖଲ କରି ବେଦାନ୍ତ କମ୍ପାନୀକୁ ବିଶ୍ଵବିଦ୍ୟାଳୟ ପାଇଁ ଦେଇଥିଲେ। ଏହା ବିରୁଦ୍ଧରେ ବେଦାନ୍ତ ବିଶ୍ଵବିଦ୍ୟାଳୟ ବିରୋଧୀ ସଂଘର୍ଷ ସମିତି ସଂଗ୍ରାମ କରିବା ସହ ଆଇନଗତ ଲଢ଼େଇ କରିଥିଲା।ସଂଘର୍ଷ ସମିତି ତରଫରୁ ହୋଇଥିବା କେସର ଶୁଣାଣୀ କରି ୨୦୧୦ରେ ଜମି ଅଧିଗ୍ରହଣ ବେଆଇନ ଦର୍ଶାଇ ସରକାର ବେଦାନ୍ତକୁ ଦେଇଥିବା ଜମି ଖାରଜ କରି ଦେଇଥିଲେ। ଏହାପରେ ବେଦାନ୍ତ କମ୍ପାନୀ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ।୨୦୨୩ଏପ୍ରିଲ ମାସରେ ସୁପ୍ରିମକୋର୍ଟ ଉକ୍ତ ମାମଲାକୁ ଶୁଣାଣୀ କରି ରାଜ୍ୟ ସରକାରଙ୍କୁ ଭତ୍ସନା କରିବା ସହ ବେଦାନ୍ତ ପାଇଁ ଜମି ଅଧିଗ୍ରହଣ ସଂପୂର୍ଣ୍ଣ ବେଆଇନ ବୋଲି ଦର୍ଶାଇଥିଲେ।ରାଜ୍ୟ ସରକାର ଜାଲିଆତି କରିବା ସହିତ ବେଦାନ୍ତକ ମ୍ପାନୀ ପ୍ରତି ଅହେତୁକ ଅନୁକମ୍ପା ଦେଖାଇ ଚାଷଜମି ଦଖଲ କରିଥିଲେ।ସରକାରଙ୍କ କମ୍ପାନୀ ପ୍ରୀତିକୁ ଭର୍ତ୍ସନା କରିବା ସହ ଅନିଲ ଅଗ୍ରଓ୍ଵାଲ ଫାଉଣ୍ଡେସନ ବିରୁଦ୍ଧରେ ୫ଲକ୍ଷ ଟଙ୍କା ଜୋରିମାନା କରିଥିଲେ। ଦୀର୍ଘ ୮ମାସ ବିତିଯାଇଥିଲେ ସୁଦ୍ଧା ରାଜ୍ୟ ସରକାର କୌଣସି ପଦକ୍ଷେପ ଗ୍ରହଣ କରିନାହାଁନ୍ତି।ତେଣୁ ଏ ବେଆଇନ ଜମି ଅଧିଗ୍ରହଣ ,କମ୍ପାନୀ ପ୍ରୀତି,ଜମି ହଡପରେ ସଂପୃକ୍ତ ସରକାରୀ ଅଧିକାରୀଙ୍କ ବିରୁଦ୍ଧରେ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ପାଇଁ ସଂଘର୍ଷ ସମିତିର କର୍ମକର୍ତ୍ତା ଏବଂ ସାମାଜିକ କର୍ମୀମାନେ ଆଜି ରାଜ୍ୟ ଭିଜିଲାନ୍ସ ନିର୍ଦ୍ଦେଶକ କାର୍ଯ୍ୟାଳୟରେ ପହଞ୍ଚି ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶ କ୍ରମେ ଏଆଇଜି ଶ୍ରୀଯୁକ୍ତ ତ୍ରୀଲୋଚନ ସ୍ଵାଇଁ ଅଭିଯୋଗ ପତ୍ର ଗ୍ରହଣ କରିଥିବା ସଂଘର୍ଷ ସମିତିର ଆବାହକ ତଥା ପୁର୍ବତନ ବିଧାୟକ ଉମାବଲ୍ଲଭ ରଥ ପ୍ରକାଶ କରିଛନ୍ତି।ଆଜି ହି ଅଭିଯୋଗ ପତ୍ର ଦେବା ସମୟରେ ନବନିର୍ମାଣ କୃଷକ ସଂଘ ଆବାହକ ଅକ୍ଷୟ କୁମାର, ସୂଚନାଅଧିକାର କର୍ମୀ ପ୍ରଦୀପ ପ୍ରଧାନ,ଜିତେନ୍ଦ୍ର ସାହୁ,ଶ୍ରମିକ ନେତା ନଳୀନି ରଞ୍ଜନ ପତି,ଧ୍ରୁବଚରଣ ସାହୁ,ଚାଷୀନେତା ଶେଷଦେବ ନନ୍ଦ,ସଂଘର୍ଷ ସମିତର ବିଷ୍ଣୁ ଚରଣ ମିଶ୍ର,ପର୍ଶୁରାମ ପ୍ରଧାନ,ଅରୁଣ ପ୍ରଧାନ,ହରପ୍ରସାଦ ଜେନା,କୈଳାସ ସ୍ଵାଇଁ, ସୁଦର୍ଶନ ଗୋଛୟତ ପ୍ରମୂଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *