ଆଇପିଏଲ-୨୦୨୩ : ବାଙ୍ଗାଲୋର୍‌କୁ ୬ ୱିକେଟରେ ପରାସ୍ତ କଲା ମୁମ୍ବାଇ

ମୁମ୍ବାଇ : ମୁମ୍ବାଇର ଓ୍ବାଙ୍ଖଡ଼େ ଷ୍ଟାଡିୟମ ଠାରେ ଚାଲିଥିବା ଆଇପିଏଲ ୨୦୨୩ର ୫୪ତମ ମ୍ୟାଚରେ ବାଙ୍ଗାଲୋର୍‌କୁ ୬ ୱିକେଟରେ ପରାସ୍ତ କରିଛି ମୁମ୍ବାଇ । ଦ୍ବିତୀୟ ପାଳିରେ ମୁମ୍ବାଇ ୨୦୦ ରନ୍‌ର ବିଶାଳ ଲକ୍ଷ୍ୟକୁ ପିଛା କରି ମାତ୍ର ୧୬.୪ ଓଭରରେ ୪ ୱିକେଟ ହରାଇ ୨୦୦ ରନ୍‌ କରି ବିଜୟୀ ହୋଇଛି । ମୁମ୍ବାଇ ପକ୍ଷରୁ ଇଶାନ୍ କିଶାନ୍ ୪୨ ରନ୍‌ କରିଥିବା ବେଳେ ନେହଲ ୱାଡେରା ୫୨ ଓ ସୂର୍ଯ୍ୟକୁମାର ଯାଦବଙ୍କ ଦମ୍‌ଦାର ୩୫ ବଲରେ ୮୫ ରନ୍‌ ବଳରେ ମୁମ୍ବାଇ ଏହି ମ୍ୟାଚରେ ଏକ ତରଫା ବିଜୟ ହାସଲ କରିଛି । ଅନ୍ୟପଟେ ବାଙ୍ଗାଲୋର ପକ୍ଷରୁ ୱାନିନ୍ଦୁ ହାସରାଙ୍ଗା ଓ ବିଜୟକୁମାର ୨-୨ ଟି ୱିକେଟ ନେଇଥିଲେ । ଏହି ବିଜୟ ସହ ମୁମ୍ବାଇ ୧୨ ଅଙ୍କ ସଂଗ୍ରହ କରି ଟେବୁଲ ତାଲିକାରେ ୩ୟରେ ରହିଛି ।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ବାଙ୍ଗାଲୋରର ଆରମ୍ଭ ଭଲ ନଥିଲା। ପ୍ରଥମ ଓଭରରେ ହିଁ ବଡ଼ ଝଟକା ଲାଗିଥିଲା। ଇନଫର୍ମ ବ୍ୟାଟର ବିରାଟ କୋହଲି(୧) ପାଭିଲିୟନ ଫେରିଥିଲେ। ପୁଣି ଅନୁଜ ରାଓ୍ଵତ(୬) ଅଧିକ ସମୟ କ୍ରିଜରେ ତିଷ୍ଠି ପାରିନଥିଲେ। ଏହା ପରେ ଅଧିନାୟକ ଫାଫ ଡୁପ୍ଲେସିସ୍ ଏବଂ ଗ୍ଲେନ ମ୍ୟାକ୍ସଓ୍ଵେଲ୍ ଜୋରଦାର ପ୍ରହାର କରି ମୁମ୍ବାଇ ବୋଲରଙ୍କୁ ଚାପରେ ରଖିଥିଲେ। ଦୁଇ ବ୍ୟାଟର ନିଜ ନିଜର ଅର୍ଦ୍ଧଶତକ ହାସଲ କରି ତୃତୀୟ ଓ୍ଵିକେଟ୍ ପାଇଁ ୧୨୦ ରନ ଯୋଡ଼ିଥିଲେ। ବେହରନଡର୍ଫ ମ୍ୟାକ୍ସଓ୍ଵେଲ୍‌ଙ୍କୁ ଆଉଟ୍ କରି ମୁମ୍ବାଇକୁ ବଡ଼ ଆଶ୍ଵସ୍ତି ଦେଇଥିଲେ। ମ୍ୟାକ୍ସଓ୍ଵେଲ୍ ୩୩ ବଲ୍‌ରୁ ୮ ଚୌକା ଏବଂ ୪ ଛକା ସହ ୬୮ ରନ କରିଥିଲେ। ଏହା ପରେ ମୁମ୍ବାଇ ମ୍ୟାଚ୍‌କୁ ପ୍ରତ୍ୟାବର୍ତ୍ତନ କରିଥିଲା। ବାଙ୍ଗାଲୋର ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇବାରୁ ଶେଷ ଆଡ଼କୁ ରନ ଗତି ଧିମେଇ ଯାଇଥିଲା। ଡୁପ୍ଲେସିସ୍ ୪୧ ବଲ୍‌ରୁ ୫ ଚୌକା ଏବଂ ୩ ଛକା ସହ ୬୫ ରନ କରି ପାଭିଲିୟନ ଫେରିଥିଲେ। ମହିପାଲ୍ ଲୋମରୋର(୧) ଏବଂ ଦିନେଶ କାର୍ତ୍ତିକ ୧୮ ବଲ୍‌ରୁ ୩୦ ରନର ଉପଯୋଗୀ ଇନିଂସ ଖେଳିଥିଲେ। କେଦାର ଯାଦବ ୧୨ ଏବଂ ଓ୍ଵାନିନ୍ଦୁ ହସରଙ୍ଗା ୧୨ ରନରେ ଅପରାଜିତ ଥିଲେ। ବାଙ୍ଗାଲୋର ୬ ଓ୍ଵିକେଟ୍ ହରାଇ ୧୯୯ ରନ କରି ପାରିଥିଲା। ମୁମ୍ବାଇ ପକ୍ଷରୁ ବେହରନ ଡର୍ଫ ୩୬ ରନ ଦେଇ ୩ଟି ଓ୍ଵିକେଟ୍ ନେଇଛନ୍ତି। କ୍ୟାମେରୁନ ଗ୍ରୀନ, କ୍ରିସ୍ ଜୋର୍ଡାନ ଏବଂ କୁମାର କାର୍ତ୍ତିକେୟ ପ୍ରତ୍ୟେକ ଗୋଟିଏ ଲେଖାଏ ଓ୍ଵିକେଟ୍ ନେଇଥିଲେ।

ସୂର୍ଯ୍ୟକୁମାର ଯାଦବଙ୍କ ବିଧ୍ଵଂସୀ ଇନିଂସ ଆଗରେ ଧରାଶାୟୀ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର। ଫିକା ପଡ଼ିଲା ଡୁପ୍ଲେସି୍ ଏବଂ ମ୍ୟାକ୍ସଓ୍ଵେଲଙ୍କ ଅର୍ଦ୍ଧଶତକ। ମୁମ୍ବାଇର ଓ୍ଵାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଇଥିବା ଆଇପିଏଲର ୫୪ତମ ମୁକାବିଲାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ୬ ଓ୍ଵିକେଟ୍‌ରେ ହରାଇଛି ମୁମ୍ବାଇ ଇଣ୍ଡିଆନ୍ସ। ବାଙ୍ଗାଲୋର ଦ୍ଵାରା ଧାର୍ଯ୍ୟ ୨୦୦ ରନର ବିଜୟ ଲକ୍ଷ୍ୟକୁ ମୁମ୍ଵାଇ ଇଣ୍ଡିଆନ୍ସ ସହଜରେ ୧୬.୩ ଓଭରରେ୪ ଓ୍ଵିକେଟ୍ ହରାଇ ହାସଲ କରି ନେଇଛି। ସୂର୍ଯ୍ୟକୁମାର ଯାଦବ ୩୫ ବଲ୍‌ରୁ ୮୩ ରନର ମ୍ୟାଚ୍ ବିଜୟୀ ଇନିଂସ ଖେଳିଥିବା ବେଳେ ନେହଲ ଓ୍ଵଧେରା ଅପରାଜିତ ୫୨ ରନ ଏବଂ ଇଶାନ କିଷନ ୪୨ ରନର ଉପଯୋଗୀ ବ୍ୟାଟିଂ କରି ଦଳ ବିଜୟରେ ଉପଯୋଗୀ ଭୂମିକା ଗ୍ରହଣ କରିଛନ୍ତି। ପ୍ରଥମେ ବ୍ୟାଟିଂ କରିଥିବା ବାଙ୍ଗାଲୋର ଫାଫ୍ ଡୁପ୍ଲେସିସ୍ (୬୫ ରନ) ଏବଂ ଗ୍ଲେନ ମ୍ୟାକ୍ସଓ୍ଵେଲ୍(୬୮ ରନ) ବଳରେ ୬ ଓ୍ଵିକେଟ୍ ହରାଇ ୧୯୯ ରନ କରିଥିଲା। ବିଜୟ ସହ ମୁମ୍ବାଇ ଇଣ୍ଡିଆନ୍ସ ପଏଣ୍ଟ ଟେବୁଲର ତୃତୀୟକୁ ଉଠିଥିବା ବେଳେ ବାଙ୍ଗାଲୋର ୧୧ଶ ମ୍ୟାଚ୍‌ରୁ ଷଷ୍ଠ ପରାଜୟ ଭୋଗିଛି।

୨୦୦ ରନର ବିଜୟ ଲକ୍ଷ୍ୟକୁ ପିଛା କରିବାକୁ ଓହ୍ଲାଇଥିବା ମୁମ୍ବାଇ ଇଣ୍ଡିଆନ୍ସର ଦୁଇ ଓପନର ରୋହିତ ଶର୍ମା ଏବଂ ଇଶାନ କିଷନ ଦମଦାର ଆରମ୍ଭ ଦେଇଥିଲେ। ବିଶେଷ କରି ଇଶାନ ବିସ୍ଫୋରକ ବ୍ୟାଟିଂ କରି ରୋହିତଙ୍କ ସହ ପ୍ରଥମ ଓ୍ଵିକେଟ୍‌ରେ ୫୧ ରନ ଯୋଡ଼ିଥିଲେ। ଇଶାନ ମାତ୍ର ୨୧ ବଲ୍‌ରୁ ୪ଟି ଲେଖାଏଁ ଚୌକା ଏବଂ ଛକା ସହ ୪୨ ରନ କରି ଆଉଟ୍ ହୋଇଥିଲେ। ତାଙ୍କ ପରେ ପରେ ରୋହିତ ଶର୍ମା(୭) ପୁଣି ଥରେ ଦଳକୁ ନିରାଶ କରିଥିଲେ। ୨ଟି ଓ୍ଵିକେଟ୍ ହରାଇ ବ୍ୟାକଫୁଟ୍‌କୁ ଆସିଥିବା ମୁମ୍ବାଇର ମୋର୍ଚ୍ଚା ସମ୍ଭାଳିଥିଲେ ସୂର୍ଯ୍ୟକୁମାର ଯାଦବ ଏବଂ ନେହଲ ଓ୍ଵଧେରା। ଦୁଇ ବ୍ୟାଟର ଚମତ୍କାର ବ୍ୟାଟିଂ କରି ଆବଶ୍ୟକ ରନ ହାର ସଂଗ୍ରହ କରିବା ସହ ଦୁର୍ବଳ ବଲ୍‌କୁ ବାଉଣ୍ଡରୀ ପଠାଇବାର ସୁଯୋଗ ହାତ ଛଡା କରିନଥିଲେ। ବିଶେଷ କରି ସୂର୍ଯ୍ୟକୁମାର ଯାଦବ ନିଜର ପୁରୁଣା ରଙ୍ଗରେ ନଜର ଆସିଥିଲେ। ପଡ଼ିଆର ଚତୁର୍ଦ୍ଦିଗରେ ଛକା ଏବଂ ଚୌକା ବର୍ଷା କରିଥିଲେ। ସେ ଏବଂ ଓ୍ଵଧେରା ତୃତୀୟ ଓ୍ଵିକେଟ୍ ପାଇଁ ୧୪୦ ରନ ଯୋଡ଼ି ମୁମ୍ବାଇ ବିଜୟ ସୁନିଶ୍ଚିତ କରିଥିଲେ।

ଶେଷରେ ୧୫.୪ ଓଭରରେ ସୂର୍ଯ୍ୟକୁମାରଙ୍କୁ ଆଉଟ୍ କରିବାରେ ସଫଳ ହୋଇଥିଲେ ବିଜୟ କୁମାର। ସେତେବେଳକୁ ବହୁତ ବିଳମ୍ବ ହୋଇ ସାରିଥିଲା। ସୂର୍ଯ୍ୟ ମାତ୍ର ୩୫ ବଲ୍‌ରୁ ୭ଟି ଚୌକା ଏବଂ ୬ଟି ଛକା ଜରିଆରେ ୮୩ ରନର ମ୍ୟାଚ୍ ବିଜୟୀ ଇନିଂସ ଖେଳି ପାଭିଲିୟନ ଫେରିଥିଲେ। ଶେଷରେ ନେହଲ ଓ୍ଵଧେରା ମୁମ୍ବାଇ ବିଜୟର ଔପଚାରିକତା ପୂରଣ କରିଥିଲେ। ଛକା ମାରି ବିଜୟ ସୂଚକ ରନ କରିବା ସହ ଓ୍ଵଧେରା ଚଳିତ ଆଇପିଏଲରେ ନିଜର କ୍ରମାଗତ ଦ୍ଵିତୀୟ ଅର୍ଦ୍ଧଶତକ ପୂରଣ କରିଥିଲେ। ସେ ୩୪ ବଲ୍‌ରୁ ୪ ଚୌକା ଏବଂ ୩ ଛକା ସହ ୫୨ ରନରେ ଅପରାଜିତ ଥିଲେ। କ୍ୟାମେରୁନ ଗ୍ରୀନ ୨ ରନ କରି କ୍ରିଜରେ ଥିଲେ। ବାଙ୍ଗାଲୋର ପକ୍ଷରୁ ଓ୍ଵାନିନ୍ଦୁ ହସରଙ୍ଗା ଏବଂ ବିଜୟ କୁମାର ବ୍ୟସ୍କ ୨ଟି ଲେଖାଏଁ ଓ୍ଵିକେଟ୍ ନେଇଥିଲେ।

Leave a Reply

Your email address will not be published. Required fields are marked *