ଆଇପିଏଲ ୫୯ତମ ମ୍ୟାଚ: ଡିସି-ପିବିକେଏସ ମୁହାଁମୁହିଁ

ନୂଆଦିଲ୍ଲୀ,୧୩।୫: ଆଇପିଏଲ ୨୦୨୩ର ୫୯ତମ ମ୍ୟାଚ ଶନିବାର ଦିଲ୍ଲୀ କ୍ୟାପିଟାଲ୍ସ (ଡିସି)ଏବଂ ପଞ୍ଜାବ କିଙ୍ଗ୍ସ(ପିବିକେଏସ) ମୁହାଁମୁହିଁ ହେବେ। ଦୁଇ ଦଳ ମଧ୍ୟରେ ଏହି ମ୍ୟାଚ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ସନ୍ଧ୍ୟା ୭.୩୦ରେ ଖେଳାଯିବ।

ଦିଲ୍ଲୀ ୧୧ ଟି ମ୍ୟାଚ ଖେଳିଛି ଯେଉଁଥିରେ ୪ଟି ଜିତିଛି ଏବଂ ୭ଟି ହାରିଛ। ୮ ପଏଣ୍ଟ ସହ ପଏଣ୍ଟ ଟେବୁଲରେ ଦିଲ୍ଲୀ ଦଶମ ସ୍ଥାନରେ ରହିଛି। ଏଥି ସହିତ ପଞ୍ଜାବ କିଙ୍ଗ୍ସର ପ୍ଲେ ଅଫରେ ପହଞ୍ଚିବାର ସମ୍ଭାବନା ବହୁତ କମ ଅଟେ। ବର୍ତ୍ତମାନ ପଞ୍ଜାବ ଦଳ ୧୦ ପଏଣ୍ଟ ସହ ଅଷ୍ଟମ ସ୍ଥାନରେ ରହିଛି।

Leave a Reply

Your email address will not be published. Required fields are marked *