ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ର ନିର୍ମାଣ କାର୍ଯ୍ୟରୁ ଲୁହାଛଡ଼ ଚୋରି

ସାନଖେମୁଣ୍ଡି:- ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଳକ ଅଧିନସ୍ଥ ଆମ୍ବଗାଁ ଗ୍ରାମ ପଞ୍ଚାୟତ ପରିସର ମଧ୍ୟରୁ ଲୁହା ଛଡ଼ ଚୋରି ହୋଇଛି . ଯାହାର ଆନୁମାନିକ ମୂଲ୍ୟ ପ୍ରାୟ 50 ହଜାର ଟଙ୍କା. ସୂଚନା ପ୍ରକାରେ ସରକାର ଉତ୍ତମ ସ୍ୱାସ୍ଥ୍ୟ ସକାଶେ ପ୍ରତି ପଞ୍ଚାୟତ ରେ ଅନୁନ୍ୟ ଗୋଟିଏ ସ୍ୱାସ୍ଥ୍ୟକେନ୍ଦ୍ର ନିର୍ମାଣ ଲକ୍ଷ୍ୟ ରଖି ଯୋଜନା ପ୍ରସୃତ କରିଛନ୍ତି. ଏହି କ୍ରମରେ ମନୋଜ କୁମାର ପାଣିଗ୍ରାହୀ ଆମ୍ବଗାଁ ଗ୍ରାମରେ ଏକ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ର ନିର୍ମାଣ ସକାଶେ L. No – 1389 ଅନୁଯାୟୀ କାର୍ଯ୍ୟାଦେଶ ପାଇ ନିର୍ମାଣ କାର୍ଯ୍ୟ କରୁଥିଲେ . ଏହି କାର୍ଯ୍ୟ ପାଇଁ ଆବଶ୍ୟକ ଲୁହାଛଡ଼ ସବୁ ସେ ପଞ୍ଚାୟତ କାର୍ଯ୍ୟାଳୟ ପରିସର ମଧ୍ୟରେ ରଖିଥିଲେ . ରବିବାର ସଂନ୍ଧ୍ୟାରେ ଯାଇ ଦେଖିଲା ବେଳେ ଲୁହାଛଡ଼ ସେଠାରୁ ଚୋରି ହୋଇଯାଇଥିବା ଜାଣିପାରିଥିଲେ.ଏନେଇ ପାଟପୁର ଥାନାରେ ଏବଂ ବିଡ଼ିଓ ଙ୍କୁ ଲିଖିତ ଅଭିଯୋଗ କରାଯାଇଛି. ଆକ୍ରୋଶ ମୂଳକ ଉଦେଶ୍ୟରେ ଏହି ଚୋରି ହୋଇଥିବା ଚର୍ଚ୍ଚା ହେଉଛି. ଏନେଇ ଗ୍ରାମରେ ଉତେଜନା ଲାଗିରହିଛି. ଘଟଣା ସ୍ଥଳରେ ପହଞ୍ଚି ପୋଲିସ ତଦନ୍ତ ଜୋରସୋର କରିଛି. ଏହା ପୂର୍ବରୁ ମଧ୍ୟ ପଞ୍ଚାୟତ ତାଲା ଭଙ୍ଗା ଯାଇଥିଲା. ଏପରି ବାରମ୍ବାର ଚୋରି ଓ ଚୋରି ଉଦ୍ୟମ କରି ପୋଲିସ କୁ ଖୋଲାଖୋଲି ଚାଲେଞ୍ଜ ହୋଇଥିବା ଗ୍ରାମବାସୀମାନେ କହୁଛନ୍ତି.

Leave a Reply

Your email address will not be published. Required fields are marked *