ଆଶା ଦିଦିଙ୍କ ଆୟୁଷ୍ମାନ କାର୍ଡ଼ ବଣ୍ଟନରେ ଅନିୟମିତତା

ନୟାହାଟ. ୨୭/୫/୨୫(ତୀର୍ଥ କ୍ଷେତ୍ର) ଗୋପ ବ୍ଲକ ଅନ୍ତର୍ଗତ ଧୂମାଳ ପଞ୍ଚାୟତର ୧୪ନମ୍ବର ୱାର୍ଡ ରେ ଆୟୁଷ୍ମାନ କାର୍ଡ଼ ବଣ୍ଟନରେ ବ୍ୟାପକ ଅନିୟମିତତା ହେବାରଗ୍ରାରଲୋକେ ଅଭିଯୋଗ କରୁଛନ୍ତି .ପ୍ରକାଶଯେ ସରକାରଙ୍କର ଆୟୁଷ୍ମାନ କାର୍ଡ଼ ବଣ୍ଟନରେ ରହିଥିବା ନୀତିନିୟମ କୁ ଏକ ପ୍ରକାର ଉଲଘଂନ କରୁଛନ୍ତି୧୪ନମ୍ବରୱାଡ଼ ଆଶାଦିଦି.ସରକାରଙ୍କ ତରଫୁରୁରୁ ଆସିଥିବା ଆୟୁଷ୍ମାନ କାର୍ଡ କୁ ଗ୍ରାମରେ ବଣ୍ଟନ କରିବା ନିମନ୍ତେ ଉଦ୍ଧିଷ୍ଟ ରହିଥିବା ବେଳେ ଏହି କାର୍ଡ଼ କୁ ନିଜ ପାଖରେ ରଖି କାହାରିକୁ ଦେଉ ନାହାନ୍ତି.ଯଦି ଗ୍ରାମର କାହାର କାର୍ଡ଼ ଆସିଛି ତାକୁ ୨୦-୫୦ଟଙ୍କା ଦେଲେ କାର୍ଡ଼ ନେବ ବୋଲି ଧମକ ଦେଉଛନ୍ତି ଆଶାଦିଦିଙ୍କ ଚେଲା ଚାମୁଣ୍ଡା . ଯଦି ରାସନ କାର୍ଡ଼ ରେ ୩ଜଣଙ୍କ ନାମ ରହିଛି ଯଦି ଜଣଙ୍କର କାର୍ଡ଼ ଆସିଛି ଆଶାଦିଦି କାର୍ଡ଼ ଦେବାରେ ଅନିୟମିତତା କରୁଛନ୍ତି. ପଚାରିଲେ କହୁଛନ୍ତି ଯେ ସେ ପରିବାରର ସମ୍ପୂର୍ଣ ୩ଜଣଙ୍କର କାର୍ଡ଼ ଆସିଲେ ଦିଆଯିବ. ଏଠି ପ୍ରଶ୍ନ ଆସୁଛି ଯେ କୌଣସି କାରଣ ବଶତଃ କାହାର ଦେହ ଖରାପ ହେଲେ ସେ ନିଜେ ଜାଣିପାରୁନି ଯେ ମୋର କାର୍ଡ଼ ଆସିଛି କି ନାହିଁ. ଯାହାକି ଏକପ୍ରକାରର ଜୀବନ ମରଣ ସମସ୍ୟା ସହିତ ଖେଳ ଖେଳିବା. ଏହି ଦିଗରେସେ ବ୍ୟକ୍ତିଜଣଙ୍କ ସରକାରଙ୍କ ଯୋଜନା ବିଫଳ ବୋଲି ବୁଲି ବୁଲି ପରିପ୍ରକାଶ କରୁଛି. ବିଜେପି ସରକାର ଜନସାଧାରଣ ଙ୍କ ପାଇଁ ସଫଳ ଯୋଜନା ଠିକ ଭାବେ ରୂପାନ୍ତର କରିବା ପାଇଁ ପ୍ରୟାସ କରୁଥିବା ବେଳେ ଏହି ପ୍ରକାର ବାଧକ ସୃଷ୍ଟି ହେଉଛି. ଏ ଦିଗରେ ଆମ ପ୍ରତିନିଧି ଗୋପ ଗୋଷ୍ଟି ସ୍ୱାସ୍ଥ୍ୟ ବିଭାଗର ଅଧିକାରୀଙ୍କୁ ପଚାରିବାରେ ସେ କହିଛନ୍ତି ଯଦି ଏହିପରି ଅଭିଯୋଗ ଆସେ ତା ଉପରେ ବିହିତ କାର୍ଯ୍ୟାନୁଷ୍ଠାନ ନିଆଯିବ.

Leave a Reply

Your email address will not be published. Required fields are marked *