ମଣ୍ଡି ରେ ହେଉଥିବା ବିଭିନ୍ନ ସମସ୍ୟା କୁ ନେଇ ମୂଖ୍ୟ ମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଦାବୀ ପତ୍ର ପ୍ରଦାନ

କେସିଙ୍ଗା -୨/୧୨କଳାହାଣ୍ଡି ସ୍ୱାଭିମାନ ସୁରକ୍ଷା ମଞ୍ଚ ର ଆବାହକ ତଥା କେସିଙ୍ଗା ର ଯୁବ ସମାଜ ସେବୀ ଓ ସଂଗଠକ ସୁରେଶ ରାଓ ଙ୍କ ନେତୃତ୍ୱ ରେ ସକାଳ ୧୦ ଘଣ୍ଟା ସମୟରେ ଅଞ୍ଚଳ ର ଚାଷୀ ମାନଙ୍କୁ ନେଇ ଏକ ବିରାଟ ଶୋଭା ଯାତ୍ରା କରାଯାଇଥିଲା ।ଏହି ଶୋଭାଯାତ୍ରା ଟି ପଞ୍ଚାୟତ ସମିତି କୁ ଆସି ଧାନ ମଣ୍ଡି ରେ ଉପୁଜୁଥିବା ବିଭିନ୍ନ ସମସ୍ୟା ଉପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ୧୭ ଦଫା ସମ୍ବଳିତ ଏକ ଦାବିପତ୍ର ବି ଡି ଓ ଙ୍କୁ ପ୍ରଦାନ କରିଛନ୍ତି। ମୁଖ୍ୟ ଦାବୀ ଗୁଡ଼ିକ ମଧ୍ୟରେ ଟୋକନ ର ଧାର୍ଯ୍ୟ ଦିନ ଧାନ ଉଠି ୨୪ ଘଣ୍ଟା ମଧ୍ୟରେ ପ୍ରାପ୍ୟ ପ୍ରଦାନ ମଣ୍ଡି ରେ କଟଣି ଛଟନି ବନ୍ଧ କରାଯାଉ,ମଣ୍ଡି ପରିସରରେ ଦଲାଲ ମାନଙ୍କୁ ପୁରାଇ ଦିଆନଯାଉ, ବର୍ଷା ଖରାରୁ ଧାନ କୁ ସୁରକ୍ଷିତ ରଖିବା ପାଇଁ ଆବଶ୍ୟକ ବ୍ୟବସ୍ତା କରାଯାଉ,ମଣ୍ଡି ରେ ଚାଷୀ ମାନଙ୍କ ପାଇଁ ବସିବା ପାଇଁ ଚଉକି ଓ ପାନୀୟ ଜଳ ବ୍ୟବସ୍ତା କରାଯାଉ,କୌଣସି ଚାଷୀ ର ଟୋକନ ର ଅବଧି ଶେଷ ନହେବା ବ୍ୟବସ୍ତା କରାଯାଉ ଓ କଳାହାଣ୍ଡି ର ସମସ୍ତ ଧାନ ମଣ୍ଡି ମାନଙ୍କରେ ପେଡ଼ି କ୍ଲିନର ମେସିନ ଯୋଗାଇ ଦେବାକୁ ଦାବି ପତ୍ର ରେ ଦର୍ଶାଇଛନ୍ତି।

Leave a Reply

Your email address will not be published. Required fields are marked *