ସ୍ମାରକପତ୍ର ପ୍ରଦାନ
![](https://teerthkhetra.com/wp-content/uploads/2023/05/IMG-20230518-WA0012.jpg)
କଣାସ ରୋଡରୁ ସାତପଡ଼ା ପର୍ଯ୍ୟନ୍ତ ନୂତନ ରେଳରାସ୍ତା ସଂଯୋଗପାଇଁ ପ୍ରୟାସ ତରଫରୁ ସଂଗଠନର ସଭାପତି କୃଷ୍ଣ ଜଗଦେବ ଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଆଜି ପୁରୀ ଠାରେ ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରାଯାଇଅଛି। ସ୍ୱାଧୀନତା ପରଠାରୁ ପୁରୀ ଜିଲ୍ଲାର ଏକ ବ୍ୟାପକ ଅଞ୍ଚଳ ରେଳ ସଂଯୋଗରୁ ବଞ୍ଚିତ ହୋଇ ଆସିଛିବୋଲି ଉକ୍ତ ସ୍ମାରକପତ୍ରରେ ଦର୍ଶାଇବା ସହିତ କଣାସ ସାତପଡ଼ା ନୂତନ ରେଳପଥ ନିର୍ମାଣ ହେଲେ ପର୍ଯ୍ୟଟନ ବିକାଶ ହେବା ସହିତ ମାଲ ପରିବହନ ଏବଂ ରେଳଯାତ୍ରୀ ଙ୍କ ସଂଖ୍ୟା ବୃଦ୍ଧିପାଇ ବ୍ୟାପକ ଅଂଚଳର ଲକ୍ଷ ଲକ୍ଷ ଅଧିବାସୀଙ୍କ ଆର୍ଥିକ ସଂମୃଦ୍ଧି ଘଟିବ ବୋଲି କୁହାଯାଇଛି।ସମ୍ପ୍ରତି କେନ୍ଦ୍ର ସରକାର ବିକାଶ ଏବଂ ପର୍ଯ୍ୟଟନ ଉପରେ ଗୁରୁତ୍ୱ ଦେଇ ରେଳ ଭିତ୍ତିଭୂମି ସମ୍ପ୍ରସାରଣ ଉପରେ ଗୁରୁତ୍ୱ ଦେଉଥିବାରୁ ମାତ୍ର 50କିଲୋମିଟର ରେଳ ରାସ୍ତା ହୋଇପାରିଲେ ଦେଶର ବଡଧରଣର ଅର୍ଥନୈତିକ ଅଭିବୃଦ୍ଧି ହୋଇପାରିବ ବୋଲି ଏଥିରେ ଦର୍ଶା ଯାଇଛି. ପ୍ରୟାସର କାର୍ଯ୍ୟକର୍ତ୍ତା ମାନେ ତୁରନ୍ତ ଏହାର ସର୍ବେକ୍ଷଣ କରି ଏହି ରେଳ ପ୍ରକଳ୍ପର ବାସ୍ତବସ୍ଥିତି ଓ ସକ୍ଷମତା ସମ୍ପର୍କରେ ସବିଶେଷ ପ୍ରକଳ୍ପ ବିବରଣୀ ପ୍ରସ୍ତୁତ କରିବାକୁ ରେଳମନ୍ତ୍ରୀ ଙ୍କୁ ଅନୁରୋଧ କରିଛନ୍ତି. ଏହି ପ୍ରତିନିଧି ମଣ୍ଡଳୀରେ ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷାବିତ ମୃତ୍ୟୁଞ୍ଜୟ ବଡ଼ଜେନା, ଅକ୍ଷୟ ଜେନା, ନରେନ୍ଦ୍ର ସୁନ୍ଦରାୟ, ଧର୍ମେନ୍ଦ୍ର ମାନସିଂହ, ବିଶ୍ବଜିତ ବଡ଼ଜେନା ପ୍ରମୁଖ ସାମିଲ ହୋଇ ଥିଲେ।