୮ରୁ ଓଜେଇଇ, ୧୫ ଯାଏ ଚାଲିବ

ଭୁବନେଶ୍ୱର,୭।୫: ଆସନ୍ତା ୮ ତାରିଖ ସୋମବାରଠାରୁ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ଆରମ୍ଭ ହେବ। ଏଥିପାଇଁ ଓଜେଇ ପକ୍ଷରୁ ପରୀକ୍ଷା ସୂଚୀ ପ୍ରକାଶ ପାଇଛି। ଦୈନିକ ୩ଟି ପର୍ଯ୍ୟାୟରେ ସିବିଟି ମାଧ୍ୟମରେ ପରୀକ୍ଷା ହେବ। ପରୀକ୍ଷା ଅବଧି ଦୁଇଘଣ୍ଟା ରହିବ। ସକାଳ ୯ରୁ ୧୧ ପ୍ରଥମ ପର୍ଯ୍ୟାୟ, ୧୨ଟା ୩୦ରୁ ଅପରାହ୍ନ ୨ଟା ୩୦ ଦ୍ୱିତୀୟ ପର୍ଯ୍ୟାୟ ଓ ଅପରାହ୍ନ ସାଢ଼େ ୪ରୁ ସାଢ଼େ ୬ ତୃତୀୟ ପର୍ଯ୍ୟାୟ ରହିବ। ପ୍ରଥମ ଦିନରେ ଲାଟେରାଲ ଡିପ୍ଲୋମା ଛାତ୍ରଛାତ୍ରୀଙ୍କ ପରୀକ୍ଷା ଅନୁଷ୍ଠିତ ହେବାକୁଥିବାବେଳେ ଦ୍ୱିତୀୟ ଦିନ ଏମ୍‌ସିଏ ଓ ଏମ୍‌ଟେକ ଏଣ୍ଟ୍ରାନ୍ସ ଅନୁଷ୍ଠିତ ହେବ। ପର୍ଯ୍ୟାୟକ୍ରମେ ଅନ୍ୟାନ୍ୟ ବର୍ଗରେ ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇ ୧୫ ତାରିଖରେ ଶେଷ ହେବ। ୨୩ଟି ପାଠ୍ୟକ୍ରମରେ ୫୫,୯୭୯ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ଏଥିପାଇଁ ରାଜ୍ୟର ୩୦ଟି ସ୍ଥାନରେ ୪୪ଟି ସେଣ୍ଟର ଓ ରାଜ୍ୟ ବାହାରେ ୩ଟି ସ୍ଥାନରେ ୩ଟି ସେଣ୍ଟର କରାଯାଇଛି।

Leave a Reply

Your email address will not be published. Required fields are marked *