ଗୋବର୍ଦ୍ଧନମଠ ରେ ଜଗଦଗୁରୁଙ୍କ ୮୧ତମ ପ୍ରାକଟ୍ୟ ମହୋତ୍ସବ ପାଳନ

ଆଜି ପବିତ୍ର ଆଷାଢ କୃଷ୍ଣ ତ୍ରୟୋଦଶୀ ତା ୧୬.୦୬.୨୦୨୩ ରିଖ, ଋଗବେଦୀୟ ପୂର୍ବାମ୍ନାୟ ଶ୍ରୀଗୋବର୍ଦ୍ଧନମଠ-ପୁରୀପୀଠାଧିଶ୍ବର ଶ୍ରୀମଦ୍ଜଗଦଗୁରୁ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ ଜୀ ମହାରାଜଙ୍କ ୮୧ ତମ ପ୍ରାକଟ୍ୟ ମହୋତ୍ସବ ଶ୍ରୀ ଗୋବର୍ଦ୍ଧନ ମଠ ରେ ପାଳନ କରାଯାଇଛି । ସକାଳୁ ଗୋବର୍ଦ୍ଧନ ଗୋଶାଳାରେ ଗୋମାତାଙ୍କ ପୂଜନ, ସାଧୁ ସନ୍ଥ ଓ ବିଦ୍ୟାର୍ଥୀଙ୍କୁ ନୂତନ ବସ୍ତ୍ର ବଣ୍ଟନ , ଅର୍ଦ୍ଧ ନାରୀଶ୍ୱରଙ୍କ ନିକଟରେ ରୁଦ୍ରାଭିଷେକ ଓ ବୈଦିକ ବ୍ରାହ୍ମଣଙ୍କ ମାନଙ୍କ ଦ୍ବାରା ୧୦୮ ହନୁମାନ ଚାଳିଶା ଆଦି ପାଠ କରାଯାଇ ଏହି ମହୋତ୍ସବ ପାଳନ କରାଯାଇଅଛି । ପୂର୍ବାହ୍ନ ରେ ପୀଠ ପରିଷଦ, ଆନନ୍ଦ ବାହିନୀ ଓ ଆଦିତ୍ଯ ବାହିନୀ ଦ୍ବାରା ଆୟୋଜିତ ମହୋତ୍ସବ ସଂଗୋଷ୍ଠୀ ରେ ଯୋଗଦେଇଥିଲେ ବିହାର ପ୍ରଦେଶ ଆଦିତ୍ଯ ବାହିନୀ ଅଧ୍ୟକ୍ଷ ଶ୍ରୀ ହେମ ଚନ୍ଦ ଝା, ନିଳାମ୍ବର ପୁର ଆଦିତ୍ଯ ବାହିନୀର ଅଧ୍ୟକ୍ଷ ଅନାଥ ପ୍ରଧାନ, ସାହିଭାଇ ସାମାଜିକ ସଂଗଠନ ର ଅଜୟ ମିଶ୍ର, ଶୃଙ୍ଗେରୀ ମଠର ବ୍ରହ୍ମଚାରୀ ବୃନ୍ଦ, ଭାରତ ବିକାଶ ପରିଷଦ ର ଉର୍ମିଳା ମୁଦୁଲି, ସୁପ୍ରୀତି ରଥ ଓ ନିମାଇଁଙ୍କ ସାହୁ, ଓମ୍ ପରିବାରର ମୁଖ୍ଯ ସଂଯୋଜକ କୁମା ଭାଇ, ଆଦିତ୍ଯ ବାହିନୀ ପ୍ରଦେଶ ମହାସଚିବ ସୁଭେନ୍ଦୁ ସ୍ବାଇଁ, ସଂଗଠନ ସଚିବ ସଙ୍ଗ୍ରାମ କାନୁନଗୋ, କଟକ ଆଦିତ୍ଯ ବାହିନୀର କ୍ଷେତ୍ରିୟ ସମ୍ପାଦକ ଲିଙ୍ଗରାଜ ପତି, ଆନନ୍ଦ ବାହିନୀର ପ୍ରଦେଶ ମହାସଚିବ ଚିନ୍ମୟୀ ଦେଓ । ଉପସ୍ଥିତ ବୁଦ୍ଧିଜୀବୀ, ସଂଗଠନ ର ପ୍ତିନିଧି ଓ ଭକ୍ତବୃନ୍ଦ ନିଜ ଅନୁଭବରେ ଜଗଦ୍ଗୁରୁ-ଶଙ୍କରାଚାର୍ଯ୍ୟଙ୍କ ସମ୍ପର୍କରେ ଆଲୋକପାତ କରି କହିଥିଲେ, ପୂଜ୍ୟ ଶଙ୍କରାଚାର୍ଯ୍ୟଙ୍କ ଜନ୍ମ ବିହାର ମିଥିଳାର ବକ୍ସିଟୋଲ ଗ୍ରାମରେ । ୧୯୪୩ ଜୁନ୍ ୩୦ ତାରିଖରେ ଜନ୍ମ ହୋଇଥିବା ଶ୍ରୀ ନିଳାମ୍ବର ଝା ଙ୍କ ଜୀବନ ପରତନ୍ତ୍ର ଭାରତରେ ଆରମ୍ଭ ହୁଏ ମାଆ ସୀତାଙ୍କ ପୂଣ୍ଯମାଟିରୁ । ପରେ ବ୍ରହ୍ମଚାରୀ ଧ୍ରୁବ ଚୈତନ୍ୟ ଓ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ ଜୀ ମହାରାଜ ସନାତନୀ ବୈଦିକ ଆର୍ଯ୍ୟ ହିନ୍ଦୁ ମାନଙ୍କର ସର୍ବୋଚ ଧର୍ମ ଗୁରୁ ଭାବେ ୧୯୯୨ ଫେବୃୟାରୀ ମାସ ପବିତ୍ର ମହାଶିବରାତ୍ରି ଦିନ ଶ୍ରୀଗୋବର୍ଦ୍ଧନମଠ ର ୧୪୫ ତମ ଶଙ୍କରାଚାର୍ଯ୍ୟ ଭାବେ ଅଧିଷ୍ଠିତ ହୁଅନ୍ତି । ୧୯୯୨ରୁ ୨୦୨୩, ୩୧ ବର୍ଷ ର ଅଭିଯାନ ରୁ ଜଣାପଡେ । ପ୍ରତ୍ୟେକ ବର୍ଷ ୩୬୫ ଦିନରୁ ହାରାହାରି ୨୬୫ ଦିନ ପୂଜ୍ଯ ଆଦି ଶଙ୍କର ଙ୍କ ଭଳି ଦେଶର ଚତୁର୍ଦ୍ଦିଗ ପରିବ୍ରାଜକ ଭାବେ ଯାତ୍ରା କରନ୍ତି ଜଗଦଗୁରୁ ଜୀ । ତାଙ୍କର ଏହି ଯାତ୍ରା ମାଧ୍ଯମରେ ଭାରତକୁ ପ୍ରାପ୍ତ ହୋଇଥିବା ଅଦ୍ଭୁତ ସଫଳତାରେ ପୂଜ୍ୟପାଦଙ୍କ ଭୂମିକାକୁ ସ୍ମରଣ କରାଇ ଆଦିତ୍ଯ ବାହିନୀର ପ୍ରଦେଶ ଅଧ୍ୟକ୍ଷ ଶ୍ରୀ ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ ତାଙ୍କ ଅନୁଭବ ପ୍ରକାଶ କରି କହିଥିଲେ ଶ୍ରୀ ରାମମନ୍ଦିର ପ୍ରତିଷ୍ଠା, ରାମ ସେତୁ ସଂରକ୍ଷଣ, ଦଲାଇଲାମାଙ୍କୁ ଅତିଥିର ସଂଜ୍ଞା କୁହନ୍ତୁ, ନେପାଳକୁ ପୁନଃ ହିନ୍ଦୁରାଷ୍ଟ୍ର ଭାବେ ପ୍ରତିଷ୍ଠିତ କରିବାର ପ୍ରୟାସ, ବୈଶ୍ବିକ ମହାମାରୀ ସମୟରେ ଆଭାସୀ ସମ୍ପର୍କ ମାଧ୍ୟମ ରେ ବିଶ୍ବର ୫୩ଟି ଦେଶର ହିନ୍ଦୁ ମାନଙ୍କୁ ସମନ୍ଵିତ କରି ଭାରତକୁ ହିନ୍ଦୁ ରାଷ୍ଟ୍ର ଭାବେ ଉଦଭାସିତ କରିବା ଭଳି ପ୍ରଶସ୍ତ ଅଭିଯାନ ଦ୍ବାରା ଗୋବର୍ଦ୍ଧନ ମଠ ଆଜି ସର୍ବବ୍ୟାପୀ ହୋଇପାରିଛି । ଆଜି ମଠ ମନ୍ଦିରକୁ ହିନ୍ଦୁ ମାନଙ୍କର ଅସ୍ତିତ୍ବ ଓ ଆଦର୍ଶ ର କେନ୍ଦ୍ର ଭାବେ ଗଢିତୋଳି ବ୍ଯକ୍ତି ଓ ସମାଜ ନିର୍ମାଣ ପାଇ ପୂଜ୍ଯ ଶଙ୍କରାଚାର୍ଯ୍ୟ ମହାରାଜ ଧାର୍ମିକ ତଥା ସମାଜିକ ସେବା ସଂଗଠନ ପୀଠ ପରିଷଦ, ଆଦିତ୍ଯ ବାହିନୀ, ଆନନ୍ଦ ବାହିନୀ, ଧର୍ମ ସଂଘ, ରାମରକ୍ଷା ପରିଷଦ, ସନାତନ ସନ୍ଥ ସମିତି ଆଦି ସଂଗଠନ ଆନ୍ତର୍ଜାତିକ ସ୍ତରରେ ପ୍ରତିଷ୍ଠା କରି ବିଶ୍ବ ପାଇ ସୁସ୍ଥ ମାର୍ଗ ପ୍ରସ୍ତୁତ କରିଛନ୍ତି । ବିଲୁପ୍ତ ପ୍ରାୟ ଜ୍ଞାନ ବିଜ୍ଞାନ ପାଇଁ ପୂଜ୍ୟପାଦ ଶତାଧିକ ଗ୍ରନ୍ଥ ରଚନା କରିଛନ୍ତି । ଗୋବର୍ଦ୍ଧନ ଗୋଶାଳା, ଭୋଜନ, ଆବାସ, ଶିକ୍ଷା, ରକ୍ଷା, ସଂସ୍କୃତି, ସଂସ୍କାର ଆଦି ପ୍ରକଳ୍ପ ଦ୍ବାରା ୨୨ ପ୍ରକାର ନିଶୁଳ୍କ ସେବା ପୂଜ୍ଯପାଦଙ୍କ ମାର୍ଗଦର୍ଶନ ରେ ଗୋବର୍ଦ୍ଧନମଠ ଦ୍ବାରା ସଞ୍ଚାଳିତ ହୁଏ । ତେଣୁ ପ୍ରତ୍ୟେକ ଓଡିଆ, ଜିଲ୍ଲା ପ୍ରଶାସନ ଓ ରାଜ୍ଯ ସରକାର ଗର୍ବ କରିବା କଥା ଏହି ପବିତ୍ର ସ୍ଥାନ ପାଇଁ । ଶ୍ରୀଜଗନ୍ନାଥଙ୍କୁ ପୁନଃ ସ୍ଥାପନା କରି ଉତ୍କୃଷ୍ଟ ବିଧିବ୍ୟବସ୍ଥା ସ୍ଥାପନା କରିଥିବା ବ୍ୟାସପୀଠ ଶ୍ରୀଗୋବର୍ଦ୍ଧନମଠ ଆମ ଓଡିଶାର ଶ୍ରୀକ୍ଷେତ୍ରରେ ଅବସ୍ଥିତ । ତେଣୁ ଆମେ ସମସ୍ତେ ଗର୍ବ କରିବା ଉଚିତ୍।

ଦେଶବ୍ୟାପୀ ପୀଠପରିଷଦ, ଆଦିତ୍ଯ ବାହିନୀ ଓ ଆନନ୍ଦ ବାହିନୀ ଦ୍ବାରା ଆୟୋଜିତ ଏହି ପ୍ରାକଟ୍ୟ ମହୋତ୍ସବ କୁ ଆଜି ରାଷ୍ଟ୍ରୋତ୍କର୍ଷ ଦିବସ ଭାବେ ପାଳନ କରାଯାଉଅଛି । ଓଡିଶାର ୧୭୫ ଟି ଶାଖା ମଧ୍ଯ ନିଜ ନିଜ ସ୍ଥାନରେ ପୂଜ୍ୟ ଶଙ୍କରାଚାର୍ଯ୍ୟଙ୍କ ଜନ୍ମଦିନ କୁ ରାଷ୍ଟ୍ରୋତ୍କର୍ଷ ଦିବସ ଦିବସ ପାଳନ କରିଛନ୍ତି । ପୁରୀ ଗୋବର୍ଦ୍ଧନ ମଠରେ ପୁରୀ ନଗର ସଂଗଠନ ତରଫରୁ ଏହି ଉତ୍ସବ କୁ ସଞ୍ଚାଳନ କରିଥିଲେ ଦେବାଶିଷ ମିଶ୍ର, ଗଣେଶ୍ଵର ମହାସୁଆର, ବିଶ୍ବ ଶାନ୍ତି ତ୍ରିପାଠୀ, ତନ୍ମୟ ଚାଟାର୍ଜୀ, ରଞ୍ଜନ ଅଗ୍ରବାଲ, ପୀତବାସ ନାୟକ, ଚୈତନ୍ୟ ସାଙ୍ଗଲେ, ଆଦିତ୍ଯ ସିଂ ଓ ଅନ୍ୟମାନେ ।

Leave a Reply

Your email address will not be published. Required fields are marked *