ଦିନକୁ ଦିନ ଜୁଲମ ଉପରେ ଜୁଲମ କରିଚାଲିଛି ଜଗନ୍ନାଥ ଏମ ସି ଏଲ୍ କର୍ତ୍ତୃପକ୍ଷ

ବର୍ତ୍ତମାନ ଦେଖନ୍ତୁ କିଭଳି ଭାବରେ ଜୁଲମ ଉପରେ ଜୁଲମ କରି ଚାଲିଛି ଏମ ସି ଏଲ୍ କର୍ତ୍ତୃପକ୍ଷ l ହାଇକୋର୍ଟର ନିଷ୍ପତି କୁ ବେଖାତିର କରି ଦିନ ପରେ ଦିନ ଗଡାଉଛନ୍ତି ବୋଲି କହିଛନ୍ତି ପ୍ରଣତି ପ୍ରଧାନ l ଏଥି ସରକାର ବାରମ୍ବାର ବାରମ୍ବାର ଡେଙ୍ଗୁରl ପିଟୁଛନ୍ତି ଯେ ମା କୁ ସମ୍ମାନ ଓ ନାରୀ କୁ ସମ୍ମାନ ହେଲେ ଏଥି କିନ୍ତୁ ପୁରା ଓଲଟା କିନ୍ତୁ ଏଥି ନାରୀକୁ ସମ୍ମାନ ଦେବା ବଦଳରେ କିଭଳି ଭାବରରେ ଅସମ୍ମାନ କରୁଛନ୍ତି m c l କର୍ତ୍ତୃପକ୍ଷ l ଆଜକୁ ଛଅ ଦିନ ହେଲା ନରହରିପୁର ଗ୍ରାମର ଜଣେ ଝିଅ ପ୍ରଣତି ପ୍ରଧାନ ଜଗନ୍ନାଥ G M ଅଫିସ୍ ସମ୍ମୁଖରେ ଆମରଣ ଅନଶନରେ ବସିଛନ୍ତି l ପୂର୍ବ ପୁରୁଷ ମାନେ ନିଜ ନିଜର ଘର ଡିହ ଜମିବାଡ଼ି ହରାଇ ଜମିର ଟଙ୍କା ଓ ଚାକିରୀ ପାଇଁ ପ୍ରଶାସନ ପାଖକୁ ବାରମ୍ବାର ଦୌଡ଼ି ଦୌଡ଼ି ନିରାଶ ହେଲା ପରେ ଉଚ୍ଚ ନ୍ୟାଳୟର ଆଶ୍ରୟ ନେଇଥିଲେ, ଶେଷରେ ହାଇକୋର୍ଟ ଜମି ହରା ପ୍ରଜାମାନଙ୍କୁ ନ୍ୟାୟ ଦେଇଥିଲେ ମଧ୍ୟ ତାଳଚେର ଜାଗନ୍ନାଥ ଏରିଆ କତୃପକ୍ଷ ହାଇକୋଟର ଅଡ଼ରକୁ ବେଖାତିର କରି ଦିନ ଗଡାଉଛନ୍ତି l ଶେଷରେ ନିରାଶ ହୋଇ ଆଜିକୁ ଛଅ ଦିନ ହେଲା ଆମରଣ ଅନଶନରେ ବସିଛନ୍ତି,ଆସନ୍ତା କାଲି ଜଗନ୍ନାଥ ଏରିଆର ଭୂ ରାଜସ୍ୱ ବିଭାଗର ମୁଖ୍ୟ ନିରାକାର ଶତପଥୀ ଧାରଣା ରେ ବସିଥିବା ମହିଳାଙ୍କୁ ଏଥି କାହିଁକି ବସିଛୁ ବୋଲି ଅଭଦ୍ର ଭାଷାରେ ଗାଳି ଗୁଲଜ ସହିତ ହାଇକୋର୍ଟରୁ ଆସିଥିବା ଅର୍ଡର କୁ ବେଖାତିର କରି ଦିନ ଗଡ଼ାଇ ଚାଲିଛନ୍ତି l