ଯାଜପୁର ଜିଲ୍ଲା ଅନ୍ତର୍ଗତ ସାମ୍ପାରୁ ପଞ୍ଚାୟତର ର ସରପଞ୍ଚ ଶରତ ଚନ୍ଦ୍ର ରାଉତ ଙ୍କ ନେତୃତ୍ୱରେ ଜଗନ୍ନାଥ ଙ୍କ ଅର୍ପଣ ରଥ ପରିକ୍ରମା

ଧର୍ମଶାଳା,୧୦/୧: ଯାଜପୁର ଜିଲ୍ଲା ଅନ୍ତର୍ଗତ ସାମ୍ପାରୁ ପଞ୍ଚାୟତର ର ସରପଞ୍ଚ ଶରତ ଚନ୍ଦ୍ର ରାଉତ ଙ୍କ ନେତୃତ୍ୱରେ ଜଗନ୍ନାଥ ଙ୍କ ଅର୍ପଣ ରଥ ପରିକ୍ରମା ଶୁଭ ଉଦଘାଟନ ହୋଇଯାଇଅଛି।ଏହି ଜଗନ୍ନାଥ ଅର୍ପଣ ରଥ ତୁରଙ୍ଗ ବାବା ସୋମେଶ୍ୱର ମନ୍ଦିର ଠାରୁ ବାହାରିଥିଲା। ପଂଚାୟତ ର ପ୍ରତି ଗାଁ କୁ ଗାଁ ଯାଇ ଘରକୁ ଘର ବୁଲି ଗୁଆ ଆରୁଆଚଉଳ ସଂଗ୍ରହ କରାଯାଇଥିଲା।ଏହି ପରିକ୍ରମା ରେ ସଂକ୍ରିତନ ହରିବୋଲ ହୁଳହୁଳି ଗ୍ରାମ ମାନଙ୍କରେ କମ୍ପି ଉଠିଥିଲା।ଏହି କାର୍ଯ୍ୟକ୍ରମରେ ସମ୍ପାରି ପଞ୍ଚାୟତ ସରପଞ୍ଚ ଶରତ ଚନ୍ଦ୍ର ରାଉତ ଓ ଶମ୍ପାରୁ ପଂଚାୟତ ର ସମିତି ସଭ୍ୟ ବିକାଶ କୁମାର ଖଟୁଆ ସଂପାରୁ ପଞ୍ଚାୟତର po ଅମୂଲ୍ୟ କୁମାର ସେନାପତି ଏବଂ ପଂଚାୟତ ର ମାନ୍ୟ ମାନ୍ୟ ବ୍ୟକ୍ତି ମାନେ ଯୋଗ ଦେଇ ଜଗନ୍ନାଥ ଙ୍କ ଅର୍ପଣ ରଥ ପରିକ୍ରମା କାର୍ଯ୍ୟରେ ସାହାଯ୍ୟ ଓ ସହଯୋଗ କରିଥିଲେ।

ଧର୍ମଶାଳା ରୁ ଈଶ୍ୱର ଚନ୍ଦ୍ର ବାରିକ ଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *