ଜଗତସିଂହପୁର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

-ଜଗତସିଂହପୁର ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ସ୍ଥାନୀୟ ଆଦିକବି ସାରଳା ଦାସ ସଂସ୍କୃତି ଭବନ ଠାରେ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି ।ସରକାରୀ ମୁଖ୍ୟ ସଚେତକ ତଥା ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଜିଲ୍ଲା ପର୍ଯ୍ୟବେକ୍ଷକ ଅରୁଣ ସାହୁ, ବିଜେଡି ସାଂଗଠନିକ ସଭାପତି ପ୍ରଣବ ପ୍ରକାଶ ଦାସ, ସାଂସଦ ଡାକ୍ତର ରାଜଶ୍ରୀ ମଲ୍ଲିକ,ବାଲିକୁଦା-ଏରସମା ବିଧାୟକ ରଘୁନନ୍ଦନ ଦାସ, ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ, ପାରାଦୀପ ବିଧାୟକ ସମ୍ବିତ ରାଉତରାୟ,ଜିଲ୍ଲା ବିଜେଡି ସଭାପତି ରବି ନାରାୟଣ ଜେନାଙ୍କ ସମେତ ଜିଲ୍ଲାର ସମସ୍ତ ବ୍ଲକ ଚେୟାରମ୍ୟାନ,ପିଆରଆଇ ମେମ୍ବର ଓ ଦଳୀୟ ଛାମୁଆ କର୍ମୀମାନଙ୍କୁନେଇ ଦଳୀୟ ସଂଗଠନ ବାବଦରେ ଆଲୋଚନା କରିଥିଲେ । ଆଗାମୀ ୨୦୨୪ ସାଧାରଣ ନିର୍ବାଚନରେ ଦଳୀୟ କର୍ମୀମାନେ ତୃଣମୂଳ ସ୍ତରକୁ ଯାଇ ନବୀନ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ବାବଦରେ ଲୋକମାନଙ୍କୁ ସଚେତନ କରାଇବା ସହିତ କିଭଳି ବିଜେଡି ଭଲ ପ୍ରଦର୍ଶନ ସେ ବାବଦରେ ଆଲୋଚନା କରିଥିଲେ ।ଆଗାମୀ ସାଧାରଣ ନିର୍ବାଚନରେ ଜଗତସିଂହପୁର ଜିଲ୍ଲାରେ ଗତଥର ଅପେକ୍ଷା ବିଜେଡି ଆହୁରି ଭଲ ପ୍ରଦର୍ଶନ କରି ସମସ୍ତ ସିଟ ହାତେଇବ ବୋଲି କହିଛନ୍ତି ବିଜେଡି ପର୍ଯ୍ୟବେକ୍ଷକ ।

Leave a Reply

Your email address will not be published. Required fields are marked *