ଜଗତସିଂହପୁର ଜିଲ୍ଲାର ବିଭିନ୍ନ ବ୍ଲକ ପଞ୍ଚାୟତ ରେ ବୁଲିଲା ଜୟ ଜଗନ୍ନାଥ ରଥ

ସୃଷ୍ଟି ହେଲା ଭକ୍ତି ମୟ ପରିବେଶଆଙ୍କର – ଜଗତସିଂହପୁର ଜିଲ୍ଲା ର ବିଭିନ୍ନ ବ୍ଲକ ଓ ବିଭିନ୍ନ ପଞ୍ଚାୟତ ରେ ବୁଲିଲା ଜୟ ଜଗନ୍ନାଥ ରଥ । ଆମ ଓଡ଼ିଶା ନବୀନ ଓଡ଼ିଶା ଅନ୍ତର୍ଗତ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ର ଜୟ ଜଗନ୍ନାଥ ରଥ ପଞ୍ଚାୟତ ର ପ୍ରତି ଘରକୁ ଘର ବୁଲି ଅରୁଆ ଚାଉଳ, ଗୁଆ ଓ ନଡ଼ିଆ ସଂଗ୍ରହ କରାଯାଇଛି । ଏହି କାର୍ଯ୍ୟକ୍ରମତିର୍ତ୍ତୋଲ ପଂଚାୟତ ସମିତି ଅଧ୍ୟକ୍ଷ ମନୋଜ କୁମାର ବେହେରା ଓ ଗୋପାଳ ପୁର ପଂଚାୟତ ର ସରପଞ୍ଚ ସ୍ଥାନୀୟ ଜନସାଧାରଣ, SHG ମହିଳା ମାନେ ସାମିଲ ବେଶ ଉତ୍ସ।ହିତ ଥିବା ଦେଖାଯାଇଛି । ସେହିପରି ସଦର ବ୍ଲକ ଅଳସୁଧା ପଂଚାୟତ ର ବିଭିନ୍ନ ଗ୍ରାମରେ ଜୟ ଜଗନ୍ନାଥ ରଥ ବୁଲିବା ସହିତ ଏକ ଭକ୍ତି ମୟ ପରିବେଶ ସୃଷ୍ଟି ହୋଇଛି । ଏଥିରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ମନୋଜ କୁମାର ଭୋଇ, ବ୍ଲକ ଉପାଧ୍ୟକ୍ଷ। ରତିକାନ୍ତ ବେହେରା ପ୍ରମୁଖ ବହୁ ଜଗନ୍ନାଥ ପ୍ରେମୀ ଯୋଗଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଏଭଳି କାର୍ଯ୍ୟକ୍ରମ କୁ ସ୍ୱାଗତ କରିଛନ୍ତି ।
ଜଗତସିଂହପୁର ରୁ rita ସାହୁ