ରାଷ୍ଟ୍ରୀୟ ସଦଭାବନା ମଞ୍ଚ ତରଫରୁ କାରାଗାର ପ୍ରତିଷ୍ଠା ଦିବସ ପାଳିତ

ପୁରୀ : ରାଷ୍ଟ୍ରୀୟ ସଦଭାବନା ମଞ୍ଚ ତରଫରୁ ପୁରୀ ଜିଲ୍ଲାର ବାଙ୍ଗର ଠାରେ ଥିବା ଜିଲ୍ଲା କାରାଗାର ପରିସରରେ କାରାଗାର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଅନ୍ତେବାସୀମାନଙ୍କ ନିମନ୍ତେ କଳିଙ୍ଗ କଳା ନିକେତନ ତରଫରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ହାସ୍ୟ ଅଭିନେତା ସନ୍ତୁ ଏବଂ ପୂର୍ଣ୍ଣଚନ୍ଦ୍ର ଅନ୍ତେବାସୀମାନଙ୍କ ମନୋରଞ୍ଜନ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ରୂପେ କାରାଗାରର ସୁପରିଣ୍ଡେଣ୍ଟ ଉର୍ମିଳା ମିଞ୍ଜ ଯୋଗ ଦେଇ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବିତରଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜେଲର ଅକ୍ଷୟ କୁମାର ଜେନା,କାରାମଙ୍ଗଳ ଅଧିକାରୀ ମାନସ ରଞ୍ଜନ ପୁଷ୍ପାଳକ, ମନୋଜ କୁମାର ସୁତାର,ଶରତ ଚନ୍ଦ୍ର ରଥ, କାର୍ତ୍ତିକେଶ୍ବର ପାଲ, କିଶୋର ଚନ୍ଦ୍ର ସାହୁ, ରାଷ୍ଟ୍ରୀୟ ସଦଭାବନା ମଞ୍ଚର ଆବାହକ ସଂଜୟ କୁମାର ପ୍ରଧାନ,ଯୁଗ୍ମ ଆବାହକ ସୁବ୍ରତ କୁମାର ଦାସ, ସଂଗଠନ ସଂପାଦକ ମନୋଜ ରଥ, ଉପାଧ୍ଯକ୍ଷା ରିତାରାଣୀ ସେଠ୍,ପ୍ରଦିପ୍ତଭାନୁ ଘଟୁଆରୀ, ଉତ୍ତମ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ ଓ୍ବାର୍ଡର ରାମମୋହନ ଡାଙ୍ଗା ସଂଯୋଜନା କରିଥିଲେ।

Leave a Reply

Your email address will not be published. Required fields are marked *