ଚାନ୍ଦମା ପଡିଆରେ ପହଞ୍ଚିଲେ 5-ଟି ସଚିବ ଭି.କେ. ପାଣ୍ଡିୟାନ

ଯାଜପୁର, ବ୍ୟାସନଗର ପୌରାଞ୍ଚଳ ଅନ୍ତର୍ଗତ ଚାନ୍ଦମା ପଡିଆରେ ପହଞ୍ଚିଲେ 5-ଟି ସଚିବ ଭି.କେ. ପାଣ୍ଡିୟାନ l ସମାବେଶ ସ୍ଥଳରେ ଉପସ୍ଥିତ ଥିଲେ ହଜାର ହଜାର ସଂଖ୍ୟାରେ ମହିଳା l ମହିଳାମାନେ ପାଣ୍ଡିୟାନଙ୍କୁ ହୁଳହୁଳି ଓ ଶଙ୍ଖଧ୍ବନୀ ସହିତ ତାଙ୍କ ଉପରେ ପୁଷ୍ପ ବିଞ୍ଚନ କରି ସ୍ବାଗତ ଅଭିନନ୍ଦନ ଜଣାଇଥିଲେ l ମହିଳାମାନେ ପାଣ୍ଡିୟାନଙ୍କ ହାତରେ ରାକ୍ଷୀ ପିନ୍ଧାଇ ରକ୍ଷାବନ୍ଧନର ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ l ଏହି ଅବସରରରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଏବଂ ମିଶନ ଶକ୍ତିର ମହିଳା ମାନଙ୍କୁ ସେ ଉଦବୋଧନ ଦେଇ ମହିଳାଙ୍କ ପାଇଁ ରାଜ୍ୟ ସରକାରଙ୍କ ଦ୍ବାରା କାର୍ଯ୍ୟକାରୀ ହୋଇଥିବା ବିଭିନ୍ନ ଯୋଜନା ସମ୍ପର୍କରେ ଅବଗତ କରିଥିଲେ l ଏସ.ଏସ.ଜି. ମହିଳାଙ୍କୁ କିପରି 5ଲକ୍ଷ ଟଙ୍କାର ରୁଣ ସହାୟତା, ମହିଳା ସଂଗଠିକାଙ୍କୁ ସ୍କୁଟିଗାଡି ଯୋଗାଇଦେବା, ମହିଳାଙ୍କୁ ସ୍ବାସ୍ଥ୍ୟବୀମା ଓ ଅନ୍ଯାନ୍ଯ ସୁବିଧା ସୁଯୋଗ ଯୋଗାଇ ଦିଆଯିବା ନେଇ ସରକାରୀ ଯୋଜନାର ପ୍ରଶଂସା କରିଥିଲେ l ସେ ଏଠାରେ ନାରୀ ସଶକ୍ତିକରଣ ଉପରେ ଗୁରୁତ୍ବ ଆରୋପ କରିବା ସହ ମହିଳା ମାନେ ଭଲ କାମ କଲେ ଆଗାମୀ ଦିନରେ ସରକାରଙ୍କ ଠାରୁ ପର୍ଯ୍ୟାପ୍ତ ସହଯୋଗ ପାଇପାରିବେ ବୋଲି ସେ ମତବ୍ୟକ୍ତ କରିଥିଲେ l ମହିଳାମାନେ ମଧ୍ଯ ଏହି ଅବସରରେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ 5-ଟି ସଚିବ ଭି.କେ. ପାଣ୍ଡିୟାନଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଥିଲେ l ଏହାପରେ ପାଣ୍ଡିୟାନ ଚାନ୍ଦମା ପଡିଆରୁ ହେଲିକ୍ଯାପ୍ଟର ଯୋଗେ ଯାଜପୁର ଟାଉନ ଅଭିମୁଖେ ଯାତ୍ରା କରିଥିଲେ l
ଯାଜପୁର ବ୍ୟାସନଗର ରୁ ଜ୍ୟୋତି ପ୍ରକାଶ ଭୂୟାଁ ଙ୍କ ରିପୋର୍ଟ