କୋରେଇ ବିଜେପି ପକ୍ଷରୁ କହ୍ନେଇପୁର ଦୁର୍ଗା ମନ୍ଦିରରୁ ଜନଜାଗରଣ ଯାତ୍ରାରମ୍ଭ
ଆଜି ବ୍ୟାସନଗର ପୌର ପରିଷଦ କହ୍ନେଇପୁର ସ୍ଥିତ ଦୁର୍ଗା ମନ୍ଦିର ନିକଟରେ ବିଜେପି ନେତା ନିତ୍ୟାନନ୍ଦ ମହାଳିକଙ୍କ ନେତୃତ୍ୱରେ ଆୟୋଜିତ ଜନଜାଗର ଯାତ୍ରାର ଶୁଭାରମ୍ଭ କାର୍ଯ୍ୟକ୍ରମରେ ବିଜେପି ନେତା ଆଲେକ୍ସଜାଣ୍ଡାର ଦାସ ଯୋଗଦେଇ ପତକା ଦେଖାଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି l ପ୍ରକାଶ ଯୋଗ୍ୟ ରାଜ୍ୟ ସରକାରର ଅପାରଗତା ଓ କେନ୍ଦ୍ର ସରକାରଙ୍କ ବିକାଶ ଧାରକୁ ସାଧାରଣ ଲୋକଙ୍କୁ ସଚେତନତା କରିବା ଉଦେଶ୍ୟରେ କୋରେଇ ବିଜେପି ପକ୍ଷରୁ ଆରମ୍ଭ ହେଇଛି ଏହି ଜନ ଜାଗରଣ ଯାତ୍ରା l ଆଜିର ଏହି କାର୍ଯ୍ୟକ୍ରମରେ କୋରେଇ ବିଜେପି ନେତା ଆଲେକ୍ସଜଣ୍ଡା ଦାସ ଯୋଗଦେଇ କିଭଳି ରାଜ୍ୟରେ ବିଜେଡି ସରକାର ସମୟରେ ଦୁର୍ନୀତି ବୃଦ୍ଧି ହେଇଛି ଲୋକଙ୍କୁ ସଚେତନତା କରିବେ ବୋଲି କହିଛନ୍ତି l ଏହି କାର୍ଯ୍ୟକ୍ରମ କୋରେଇ ବ୍ଲକର ୩୭ ଟି ପଞ୍ଚାୟତ ଓ ବ୍ୟାସନଗର ପୌର ପରିଷଦର ୨୬ ଟି ୱାର୍ଡରେ ଏକମାସ ଧରିଚାଳିବ ବୋଲି ସୂଚନା ମିଳିଛି l
ଯାଜପୁର ବ୍ୟାସନଗର ରୁ ଜ୍ୟୋତି ପ୍ରକାଶ ଭୂୟାଁ ଙ୍କ ରିପୋର୍ଟ ତୀର୍ଥକ୍ଷେତ୍ର