ରାଜ୍ୟ ମହିଳା କମିଶନ ଆୟୋଗ ପକ୍ଷରୁ ଜନ ସଚେତନତା ଆଲୋଚନା ଚକ୍ର ଅନୁଷ୍ଠିତ
ରାଜ୍ୟ ମହିଳା କମିଶନ ଆୟୋଗ ଓ ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ଆଦିକବି ଶାରଳା ଦାସ ସଂସ୍କୃତି ଭବନ ପରିସରରେ ଏକ ସଚେତନତା ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି ।ଡାହାଣୀଚିହ୍ନଟରୁ ମହିଳା ମାନଙ୍କୁ ସୁରକ୍ଷା ଶୀର୍ଷକ ଆଲୋଚନା ଚକ୍ରରେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରା,ଜିଲ୍ଲା ପରିଷଦ ଅଧ୍ୟକ୍ଷା ମନୋଜ କୁମାର ଭୋଇ,ପୌରାଧ୍ୟକ୍ଷା ଅର୍ଚ୍ଚନା ସିଂହଙ୍କ ସମେତ ମହିଳା ଆୟୋଗର ସଦସ୍ୟା ମାନେ ଯୋଗ ଦେଇ ଗାଁ ଗହଳିରେ ରହିଥିବା ଅନ୍ଧ ବିଶ୍ୱାସକୁ ନେଇ ମହିଳାମାନଙ୍କ ଉପରେ ହେଉଥିବା ନିର୍ଯାତନାରୁ ଦୁରେଇ ରହିବାକୁ ପରାମର୍ଶ ଦେଇଥିଲେ ।
ଜଗତସିଂହପୁର ରୁ ରୀତା ସାହୁ