ଖୋର୍ଦ୍ଧା ବ୍ଲକ ରେ ମିଳିତ ଜନ ଶୁଣାଣି ଶିବିର


ଖୋର୍ଦ୍ଧା : ଖୋର୍ଦ୍ଧା ପଂଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳଙ୍କ ମିଳିତ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଆଜି ମୋଟ ୯୫ଗୋଟି ଆପତି ଅଭିଯୋଗ ଦାଖଲ ହୋଇଥିବାବେଳେ ସେଥିମଧ୍ୟରୁ ୮୬ଟି ଅଭିଯୋଗ ବ୍ୟକ୍ତିଗତ ଥିଲା ଓ ବାକି ୫ଟି ବିଭିନ୍ନ ଗ୍ରାମର ସାମୁହିକ ସମସ୍ୟା ଥିଲା । ଉକ୍ତ ଅଭିଯୋଗମାନଙ୍କ ମଧ୍ୟରୁ ସ୍ଥଳ ବିଶେଷ ରେ ୩ଟି ଅଭିଯୋଗ ର ତକôାଳ ସମାଧାନ କରାଯାଇଥିଲା ।ଜଣଙ୍କୁ ଏକ ଟ୍ରାଇସାଇକେଲ ପ୍ରଦାନ କରାଯାଇଥିଲା ।
ଆଜିର ମିଳିତ ଜଣ ଶୁଣାଣି ଅବସରରେ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତୀ, ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁରେନ୍ଦ୍ରନାଥ ମୁର୍ମୁ, ଉପଜିଲ୍ଲାପାଳ ଦିପ୍ତୀରଞ୍ଜନ ସେଠୀ, ସିଡିଏମଓ ଡା. ଆର୍ତବନ୍ଧୁ ନାୟକ, ଖୋର୍ଦ୍ଧା ପୌରନିର୍ବାହୀ ଅଧିକାରୀ ରିଜିଆନା କଅକବ, ବିଡ଼ିଓ କ୍ଷୀରାବ୍ଧୀ ତନୟା ସାହୁଙ୍କ ସମେତ ଅନ୍ୟ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *