ଭଦ୍ରକ ରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ପାଳିତ

ସମଗ୍ର ଓଡିଶାରେ ବୁଧବାର ଦିନ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ପାଳିତ ହୋଇଯାଇଛି।ସେହିଭଳି ସରସ୍ୱତୀ ଶିଶୁ ମନ୍ଦିରରେ ମଧ୍ୟ ଜନ୍ମାଷ୍ଟମୀ ପାଳିତ ହୋଇଯାଇଛି । ଶିଶୁଭାଇଭଉଣୀ ମାନେ କୃଷ୍ଣ ଓ ରାଧା ବେଶ ଧାରଣ କରି ବିଦ୍ୟାଳୟକୁ ଆସି, ଏକ ଶୋଭା ଯାତ୍ରା ରେ ନଗର ପରିଭ୍ରମଣ ପୂର୍ବକ ମାତା ସୁବର୍ଣ୍ଣ ମୁଖୀ ମନ୍ଦିର ରେ ପୂଜା ଅର୍ଚ୍ଚନା ସମାପ୍ତ କରି ପୁନଶ୍ଚ ବିଦ୍ୟାଳୟ କୁ ପ୍ରତ୍ୟାଗମନ କରି ଉତ୍ସବ କାର୍ଯ୍ୟ ଆରମ୍ଭ ହୋଇଥିଲା।ଏହି ଉତ୍ସବ ଅବସରରେ ମୁଖ୍ୟ ଅତିଥି ଭାବରେ ଅବସରପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ସଚ୍ଚିଦାନନ୍ଦ ତ୍ରିପାଠୀ, ସଭାପତି ଶ୍ରୀଯୁକ୍ତ ବିଜୟ କୁମାର ବହଳୀ, ଉପସ୍ଥିତ ରହି ଭଗବାନ ଶ୍ରୀକୃଷ୍ଣ ଙ୍କ ଲୀଳା ବିଷୟରେ ବୌଦ୍ଧିକ ପ୍ରଦାନ କରିବା ସହିତ ଭାରତୀୟ ସଂସ୍କୃତିକୁ ବଜାୟ ରଖିବା ପାଇଁ ଉପସ୍ଥିତ ଅଭିଭାବକ ମାନଙ୍କୁ ମାର୍ଗଦର୍ଶନ କରିଥିଲେ। କାର୍ଯ୍ୟକ୍ରମ ଅବସରରେ ବିଦ୍ୟାଳୟ ର ବରିଷ୍ଠ ଆଚାର୍ଯ୍ୟ ଶ୍ରୀ ଅଶୋକ କୁମାର ସାହୁ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିବା ସହ ପ୍ରଧାନଆଚାର୍ଯ୍ୟ ଶ୍ରୀ ମଦନ ମୋହନ ମହାନ୍ତ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।କାର୍ଯ୍ୟକ୍ରମକୁ ଦିଲ୍ଲୀପ କୁମାର ସେଠୀ ପରିଚାଳନା କରିବା ସହ ପ୍ରଦୀପ କୁମାର ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।ବିଦ୍ୟାଳୟ ର ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟାଙ୍କ ସହଯୋଗ ରକାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା।

ଭଦ୍ରକ ରୁ ପୁନିଲ କୁମାର ସାମନ୍ତ ଙ୍କ ରିପୋର୍ଟ, ଭଦ୍ରକ

Leave a Reply

Your email address will not be published. Required fields are marked *