ଜନ୍ମାଷ୍ଟମୀ ପାଳିତ

ଜନ୍ମାଷ୍ଟମୀ ଓ ଶ୍ରୀକୃଷ୍ଣଙ୍କ ଜନ୍ମଦିନ କାମାକ୍ଷାନଗର ସରସ୍ୱତୀ ଶିଶୁ ମନ୍ଦିରରେ ପାଳନ ହୋଇଯାଇଥିବା ବେଳେ କୁନିକୁନି ପିଲାମାନେ କୃଷ୍ଣରାଧା ବେଶରେ ସଜ୍ବିତ ହୋଇଥିଲେ ।ବିଦ୍ୟାଳୟ ତରଫରୁ ଦୋଳି ତିଆରି କରାଯାଇଥିଲା କୃଷ ଆଉ ରାଧା ବେଶ ଥିବା ଛାତ୍ରଛାତ୍ରୀ ମାନେ ଦୋଳି ଖେଳିଥିଲେ ପୁରୁଣା ପରମ୍ପରା କୁ ପୁଣିଥରେ ମନେ ପକାଇ ଦେଇଥିଲେ ।ଏଠାରେ ଏକ କାର୍ଯ୍ୟକ୍ରମରେ ଅତିଥି ଭାବରେ ମଠକରଗୋଳା ମହାବିଦ୍ୟାଳୟର ଅଧ୍ୟକ୍ଷ ଚିତ୍ତରଞ୍ଜନ ଦାସ ,ଆଇନି ଜୀବି ସଂଜୀବ ମିଶ୍ର ,ପ୍ରଧାନ ଆଚାର୍ଯ୍ୟ ଗୌର ଚନ୍ଦ୍ର ନନ୍ଦ ମଞ୍ଚରେ ଉପସ୍ଥିତ ଥିଲେ lଶେଷରେ ଦହି ହାଣ୍ଡି ଭଙ୍ଗା କାର୍ଯ୍ୟକ୍ରମ ଓ ଛାତ୍ରଛାତ୍ରୀଙ୍କ ତରଫରୁ ନୃତ୍ୟ ଅନୁଷ୍ଠିତ ହୋଇଥିଲା ।