ମୁଜାଗଡ଼ ତୁମ୍ଭେଶ୍ୱରଗ୍ରୁପ ପକ୍ଷରୁ ଜନ୍ମାଷ୍ଟମୀ ପାଳିତ

ଭଞ୍ଜନଗର : ପ୍ରତିବର୍ଷ ଭାଦ୍ରବ କୃଷ୍ଣ ସପ୍ତମୀ କୁ ଜନ୍ମାଷ୍ଟମୀ ଭାବେ ପାଳନ କରାଯାଏ | ଆଜି ମୁଜାଗଡ଼ ତୁମ୍ଭେଶ୍ୱର ଗ୍ରୁପ ତରଫରୁ ମୁଜାଗଡ଼ ବଡଦାଣ୍ଡ ଠାରେ ଜନ୍ମାଷ୍ଟମୀ ପାଳନ କରାଯାଇଛି | ତୁମ୍ଭେଶ୍ୱର ପରିବାର ତରଫରୁ ପିଣ୍ଟୁ ବିଷୋୟୀ ଏକ ବାସୁଦେବ ଓ କୃଷ୍ଣ ଙ୍କ ପ୍ରତିମୂର୍ତ୍ତି ତିଆରି କରିଥିଲେ | ଆଜି ସନ୍ଧ୍ୟା ସମୟରେ ବଡ଼ ଦାଣ୍ଡ ଠାରେ ଶତାଧିକ ମହିଳା ଜନ୍ମାଷ୍ଟମୀ ପୂଜା କରିବା ପାଇଁ ଆସି ଜମା ହୋଇଥିଲେ | ତୁମ୍ଭେଶ୍ୱର ପରିବାର ପକ୍ଷରୁ ପୂଜାର୍ଚନା ଓ ପ୍ରସାଦ ସେବନ ର ଆୟୋଜନ କରାଯାଇଥିଲା | ଏହି କାର୍ଯ୍ୟକ୍ରମ ରେ ତୁମ୍ଭେଶ୍ୱର ପରିବାର ର ସମସ୍ତ କର୍ମକର୍ତା ସହଯୋଗ କରିଥିଲେ |

Leave a Reply

Your email address will not be published. Required fields are marked *