ଜଟଣୀ ଥାନା ଅଧିକାରୀ ସମେତ ଅନ୍ୟ ଅଧିକାରୀ ମାନେ ହେଲେ ସମ୍ମାନର ଅଧିକାରୀ

ଜଟଣୀ:ଜଟଣୀ ଥାନାର କର୍ମରତ ସମସ୍ତ କର୍ମକର୍ତ୍ତା ତଥା ମୁଖ୍ୟ ଅଧିକାରୀ ଙ୍କ ଠାରୁ ନେଇ କନେଷ୍ଟବଳ ପର୍ଯ୍ୟନ୍ତ ଉତ୍ତମ ଦକ୍ଷତାର ସହିତ କାର୍ଯ୍ୟ ତୁଲାଇ ଆସିଛନ୍ତି।ବିଶେଷ ଭାବରେ ଗଣେଶ ପୁଜା ସମୟରେ ପ୍ରକୃତ ପୋଲିସ କୃତିତ୍ବ ଦେଖାଇଛନ୍ତି। ସେଥିପାଇଁ ଜଟଣୀ ସହରର ଜ୍ଞ୍ୟାନି ଗୁଣିଙ୍କ ପାଖରେ ନିଜର ସମ୍ମାନକୁ ବଜାୟ ରଖିବା ସଙ୍ଗେ ସଙ୍ଗେ ଆତ୍ମୀୟତାର ସିମା ବଢାଇ ନେଇଛନ୍ତି। ସେହି ପରିପ୍ରେକ୍ଷୀରେ ଆଇ ଏଚ୍ ଆର୍ ଡି ସଙ୍ଗଠନର କର୍ମକର୍ତ୍ତା ମାନଙ୍କ ପକ୍ଷରୁ ଜଟଣୀ ଥାନା ଆରକ୍ଷୀ ନିରିଅକ୍ଷ ସୌମକାନ୍ତ ବଳିଆରସି, ଉପ ଅଧିକାରୀ ପ୍ରଫୁଲ୍ଲ କୁମର ସାହୁ, ଉପ ଅଧିକାରୀ ନିରଞ୍ଜନ ଓଝା, ସହ ଉପ ଅଧିକାରୀ ଅହଲ୍ୟା ବେହେରା, ସହ ଉପ ଅଧିକାରୀ ଏସ କେ ହୁସେନ, ଲିପିକ ଅଧିକାରୀ କୃତିବାଶ ବେହେରା, ଜଟଣୀ ସହରର ଏକମାତ୍ର ବରିଷ୍ଠ ସୈନିକ ସୁବ୍ରତ କୁମାର ତ୍ରିପାଠୀ ଙ୍କୁ ସମ୍ମାନ ପ୍ରଦାନ କରାଇଥିଲେ ମାନପତ୍ର, ଉତ୍ତରୀୟ ଓ ଫୁଲ ଗୁଛ ମାଧ୍ୟମରେ। ସଙ୍ଗଠନର କର୍ମକର୍ତ୍ତା ବାସୁଦେବ ସେଠୀ, ସନ୍ତୋଷି ଜାଲି, ହବିବୁର ରେହେମାନ, ପରବେଶ୍ ହାଇଦର, ଗୀତାଞ୍ଜଳି ସେଠୀ, ରମେଶ ଚନ୍ଦ୍ର ମହାପାତ୍ର,ଏମ ଡି ରିଜୁୟାନ୍, ଯୋଗ ଦେଇ ଥାନା ପରିସରକୁ ଏକ ସୁନ୍ଦର ବାତାବରଣ ସୃଷ୍ଟି ହୋଇଥିଲା। ଆଇ ଏଚ୍ ଆରା ଡି ସଙ୍ଗଠନ ପକ୍ଷରୁ ସମ୍ମାନର ଉଦ୍ଦେଶ୍ୟ ହେଉଛି ଓଡ଼ିଶା ଆରକ୍ଷୀ ଗୈାରବ ସମ୍ମାନ। ସେହି ଉଦ୍ଦେଶ୍ୟରେ ଜଟଣୀ ଥାନା ଅଧିକାରୀଙ୍କୁ ଥାନା ପରିସର ମଧ୍ୟରେ ଉତ୍ସାହିତ ପୁରସ୍କାରରେ ସମ୍ମାନୀତ କରାଯାଇଥିଲା। ଏହି ପୁରସ୍କାର ବିତରଣରେ ମୁଖ୍ୟ ସଞ୍ଜୀବ କୁମାର ସେଠ୍ ଙ୍କର ଅଧ୍ୟକ୍ଷତା ରେ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଉଥିଲା।

Leave a Reply

Your email address will not be published. Required fields are marked *