ଜବାହରଲାଲ ଉଚ୍ଚ ବିଦ୍ୟାଳୟର ବନ୍ଧୁମିଳନ ଓ ହୀରକ ଜୟନ୍ତୀ ପ୍ରସ୍ତୁତି ବୈଠକମହେଶ୍ୱର ସୋରେନ ହେଲେ ସମ୍ବର୍ଦ୍ଧି

ତଉଦଳା ୨୪/୧୨, କପ୍ତିପଦା ବ୍ଲକ୍ ବଡ଼ଖଲାଡ଼ି ଗ୍ରାମର ଜବାହରଲାଲ ଉଚ୍ଚ ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବ ପାଳନ ନିମନ୍ତେ ଆୟୋଜିତ ପ୍ରସ୍ତୁତି ବୈଠକ ସମୀବୃକ୍ଷ ପର୍ଯ୍ୟଟନ କେନ୍ଦ୍ର ନିକଟରେ ଅନୁଷ୍ଠିତ ହୋଇଯାଇଛି । ଆଲୁମିନି କମିଟିର ସଭାପତି ଡ଼ା ସଚ୍ଚିଦାନନ୍ଦ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶିକ୍ଷକ ବିଜୟ କୁମାର ନାୟକ ବନ୍ଧୁ ମିଳନର ଆଭିମୁଖ୍ୟ ସଂପର୍କରେ ବକ୍ତବ୍ୟ ରଖିଥିଲେ । ନିମନ୍ତ୍ରିତ ଅତିଥିଭାବେ ସତ୍ୟନାରାୟଣ ମିଶ୍ର, ଶିଶୁ ସାହିତ୍ୟିକ ଶ୍ରୀକାନ୍ତ ବେହେରା, ସତୀଶ ଚନ୍ଦ୍ର ବେହେରା ପ୍ରମୁଖ ଯୋଗଦେଇଥିଲେ । ଏହି ଅବସରରେ ଉକ୍ତ ବିଦ୍ୟାଳୟରେ ପାଠପଢ଼ିଥିବା ୧୯୯୬ ବ୍ୟାଚ୍‌ର ଛାତ୍ର ତଥା କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ପାଇବାକୁ ଯାଉଥିବା ମହେଶ୍ୱର ସୋରେନ୍‌ଙ୍କୁ ପୁରାତନ ଛାତ୍ର ତଥା ବିଦ୍ୟାଳୟ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ମହେଶ୍ୱର ସୋରେନ୍‌ଙ୍କ ୨୦୧୮ ମସିହାରେ ପ୍ରକାଶିତ ନାଟ୍ୟ ପୁସ୍ତକ ସେଚେତ୍ ସାୱନ୍ତା ରେନ୍ ଆନ୍ଧା ମାନ୍‌ମୀ ପାଇଁ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହେବା ପରେ ଜିଲ୍ଲା, ଜନ୍ମମାଟି ତଥା ପଢ଼ୁଥିବା ବିଦ୍ୟାଳୟରେ ଆନନ୍ଦର ଲହରୀ ଖେଳିଯାଇଛି । ଏଥିସହିତ ତାଙ୍କର ପ୍ରକାଶିତ ପୁସ୍ତକ ଶିକାରିଆ-୨୦୧୫, ମନେ କୋହ ଧରମ ଦରବାର-୨୦୧୮, କରମ ବିନତୀ -୨୦୨୪ ଆଦି ପ୍ରକାଶ ପାଇଛି । ଏହି ବନ୍ଧୁ ମିଳନ ଉତ୍ସବରେ ପୁରାତନ ଛାତ୍ର ଭୀମସେନ ସାହୁ, ବିଶ୍ୱନାଥ ଖିଲାର, ବନମାଳୀ ବେହେରା, ନଗେଶ ଚନ୍ଦ୍ର ଖିଲାର, ଶରତ ଚନ୍ଦ୍ର ପୁହାଣ, ଜେମାମଣି ସେଠୀ, ପରେଶ ମୁର୍ମୁ, ଜଗନ୍ନାଥ ସୋରେନ୍‌, ପ୍ରଶାନ୍ତ ବେହେରା, ଅଂଶୁମାନ ମହାନ୍ତି ପ୍ରମୁଖ ଯୋଗଦେଇ ବିଦ୍ୟାଳୟରେ ପାଠପଢ଼ୁଥିବା ସମୟରେ ନିଜର ସ୍ମୃତି ଓ ଅନୁଭୂତି ବର୍ଣ୍ଣନା କରିଥିଲେ । ଆଗାମୀ ୨୦୨୫-୨୬ରେ ହୀରକ ଜୟନ୍ତୀ ପାଳନ ସହିତ ବିଦ୍ୟାଳୟ ପ୍ରତିଷ୍ଠାତା ବେଣୁଧର ବେହେରା ଓ ବିଦ୍ୟାଳୟର ପ୍ରଥମ ପ୍ରଧାନଶିକ୍ଷକ ସ୍ୱର୍ଗତ ଯଦୁନାଥ ମହାନ୍ତିଙ୍କର ପ୍ରତିମୂର୍ତି ପାଇଁ ପ୍ରସ୍ତାବ ଆଗତ ହୋଇଥିଲା । ଏଥିନିମନ୍ତେ ଏକ କାର୍ଯ୍ୟକାରୀ କମିଟି ଗଠନ କରାଯାଇଥିଲା । ବିଦ୍ୟାଳୟର ପ୍ରାକ୍ତନ ଛାତ୍ର ଆଶୀଷ କୁମାର ମଲ୍ଲିକ୍ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *