ଜୟ କିଷାନ କୃଷକ ସଂଗଠନ ର ସଚେତନ କାର୍ଯ୍ୟକ୍ରମ

ଜୟ କିଷାନ କୃଷକ ସଂଗଠନ ଖଡିଆଳ ଆନୁକୁଲ୍ୟରେ ସୋମବାର ଦିନ ଖଡିଆଳ ବ୍ଲକ ଅଧିନସ୍ଥ, ସାନମହେଶ୍ୱର ଗ୍ରାମ ପଞ୍ଚାୟତ ର ତିଖାଲି ଗ୍ରାମ ରେ ଏକ କୃଷକ ସଂଗଠନ ସଚେତନତା କାର୍ଯ୍ୟକ୍ରମ ଅନୁଷଠିତ ହୋଇଯାଇଛି l ଉକ୍ତ କର୍ମ ଶାଳାରେ ଜୟ କିସାନ କୃଷକ ସଂଗଠନ ପରିଚାଳନା ଦାୟିତ୍ଵ ରେ ଥିବା ଇସାଫ୍ ଅନୁଷ୍ଠାନ ର କୋଡ଼ିନେଟର ଶ୍ରୀ ଯୁକ୍ତ ରାଜକିଶୋର ପଣ୍ଡା ଉକ୍ତ କୃଷକ ସଂଗଠନ ର ସି ଇଓ ଶ୍ରୀ ଯୁକ୍ତ ଚନ୍ଦ୍ର ବେହେରା ଙ୍କ ତତ୍ୟବଧନାରେ ତତ୍ ସହିତ ସଂଗଗଠନ ର ବୋଡ ମେମ୍ବର ଶ୍ରୀ ଯୁକ୍ତ ଏକଲବ୍ୟ ବେହେରା ଙ୍କ ପରିଚାଳନା ରେ ଅନୁଷ୍ଟିତ ହୋଇଥିଲା। ଏହି ସଂଗଠନ ର ତିଖାଲୀ ଗ୍ରାମ ର ୩୫ଟି ପରିବାର କୃଷକ ସଭ୍ୟ ପଦ ଗ୍ରହଣ କରି ବିଭିନ୍ନ ସମୟରେ ଉକ୍ତ ଅନୁଷ୍ଠାନ ଉନ୍ନତ ଚାଷ ପ୍ରଣାଳୀ ଉପରେ ତାଲିମ, ଉନ୍ନତ କିସମ ବିହନ ଯୋଗାଣ ସରକାରି ଓ ବେ ସରକାରି ଅନୁଷ୍ଠାନ ସାହାଯ୍ୟ ରେ ଉନ୍ନତ ଧାନ ବିହନ, ହରଡ଼ ବିହନ , ଚିନାବାଦାମ ବିହନ, ବିରି ବିହନ (ପରିବା ଟ୍ରେ ବଜାରୀ କରଣ ନିମନ୍ତେ) ର ସୁବିଧା ମାନ ପାଇ ଆସୁଥିବା ବିଷୟରେ ସଦସ୍ୟ ମାନେ ପରି ପ୍ରକାଶ କରିଥିଲେ । ତତ୍ ସହିତ ଆସନ୍ତା ଦିନ ମାନଙ୍କ ରେ ଡାଲି ଜାତୀୟ ଫସଲଓ ଗୁର୍ଜି, ମାଣ୍ଡିଆ ଅଧିକ ଉତ୍ପାଦନ ଉନ୍ନତ ପ୍ରଣାଳୀ ରେ ଚାଷ କରି ଅଧିକ ଅମଳ କରି ତାର ଉଚିତ ବଜାର ବ୍ୟବସ୍ତା ରେ କୃଷକ ଅନୁଷ୍ଠାନ ରୁ କି ଭଳି ଲାଭ ଉଠାଇ ପାରିବେ ସେ ଉପରେ କୃଷକ ମାନେ ବ୍ୟକ୍ତିଗତ ମତ ଉକ୍ତ କର୍ମ ଶାଳାରେ ଦେଇଥିଲେ। ଜୟ କିଷାନଉତ୍ପାଦକ ସଂଘ ପରିଚାଳନା ଦାୟିତ୍ଵ ରେ ଥିବା ଶ୍ରୀ ଯୁକ୍ତ ପଣ୍ଡା କୃଷକ ଉତ୍ପାଦକ ସଂଘ ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ତତ୍ ସହିତ ସଦସ୍ୟ ମାନଙ୍କ ର ଅଂଶଗ୍ରହଣ କେତେ ସୁରକ୍ଷିତ ଅନୁଷ୍ଠାନ ରେ ରହିଅଛି ସଙ୍ଘ ର ବିବ୍ୟଶୟ ପରିଚାଳନା ନିମନ୍ତେ ପୁଂଜି କେଉଁ ଠାରୁ କିଭଳି ଆସିବ ସଂଘ ମୁଖ୍ୟରେ ସଦସ୍ୟ ମାନଙ୍କ ର ଉନ୍ନତ ମାନର ଆବ୍ୟଶକ ବିହନ କୃଷି ଯନ୍ତ୍ର ପାତି ସୁଲଭ ମୂଲ୍ୟରେ ଯଥା ସମୟରେ ଏବଂ ଘର ପାଖରେ ଉପଲବ୍ଧ କରାଇବ। ଏହା ସହିତ ସଦସ୍ୟ ମାନଙ୍କ ନିମନ୍ତେ ବିଭିନ୍ନ ସରକାରୀ ଓ ବେସରକାରୀ ଯୋଜନା ସହ ଯୋଡ଼ିବାର ସାହାଯ୍ୟ କରିବ ପାରମ୍ପରିକ ତଥା ଜୈବିକ କୃଷି ପଦ୍ଧତିର ଉପରେ ଉପଯୁକ୍ତ ବୈଷୟିକ ପରିମାଣ ଓ ସହାୟିତା ଦେବ , କେଉଁ ଫସଲ ପାଇଁ କେତେ ସାର୍ କେଉଁ ସମୟରେ ଫସଲ ରେ ଦିଆଯିବ ଚାଷ ଉପରେ ଦେଖାଯାଉଥିବା ରୋଗ ପୋକ ପାଇଁ କି ପ୍ରକାର ବିବ୍ୟସ୍ତା କରାଯାଇପାରିବ। ଏ ଉପରେ ଆସନ୍ତା ଦିନ ମାନଙ୍କ ରେ ସଂଗଠନ ର ସଦସ୍ୟ ମାନଙ୍କ ସଠିକ ପରାମର୍ଶ ଦେଇ ଅଧିକ ଉତ୍ପାଦନ କରାଇ ଉତ୍ପାଦିତ ସାମଗ୍ରୀ କୁ ଏକତ୍ରି କରଣ କରାଇ ଦେବା ବ୍ୟବସ୍ତl ଅଧିକ ମୂଲ୍ୟରେ କରାଇ ସଦସ୍ୟ ମାନଙ୍କୁ ଦିନରେ ଖାଦ୍ୟ ସୁରକ୍ଷା କରାଯାଇ ପାରିବ ବୋଳି ମତ ପ୍ରକାଶ କରିଥିଲେ। ଏହା ପରେ ଉକ୍ତ ଅନୁଷ୍ଠାନ ର ସି ଇଓ ଶ୍ରୀ ଯୁକ୍ତ ବେହେରା ସଂଘ ର ସଦସ୍ୟ ସଂଖ୍ୟା ଅଧିକ ରୁ ଅଧିକ ସଂଖ୍ୟାରେ ହେବ ପୁରୁଣା ସଦସ୍ୟ ମାନେ ସଦସ୍ୟ ପ୍ରତି କମରେ ୨୦୦୦/ଟଙ୍କା ଅଂଶଗ୍ରହଣ ପ୍ରଦାନ କୃଷକ ସଂଗଠନ କୁ କଲେ ଯଥା ଶୀଘ୍ର କେନ୍ଦ୍ର ସରକାର ଙ୍କୁ ନାବାଡ଼ ମଧ୍ୟମ ରେ ଅଂଶଗ୍ରହଣ ନିମନ୍ତେ ସରକାର ଙ୍କ ସହାୟତା ରାଶି ପାଇ ପାରିବାରୁ ହକଦାର ହୋଇ ପାରିବା ସୂଚନା ଦେଇ ସମସ୍ତ୍ ଙ୍କୁ ଧନ୍ୟବାଦ ଅର୍ପଣ ଦେଇ କର୍ମଶାଳା କୁ ଶେଷ କରିଥିଲେ।

ନୂଆପଡ଼ା କାର୍ତ୍ତିକ ମହାନନ୍ଦ reporter

Leave a Reply

Your email address will not be published. Required fields are marked *