ଝାରସୁଗୁଡ଼ା ଉପ-ନିର୍ବାଚନ : ସବୁ ବୁଥରେ ହେବ ୱେବକାଷ୍ଟିଂ

ଭୁବନେଶ୍ବର : ଆସନ୍ତା ୧୦ ତାରିଖରେ ଝାରସୁଗୁଡ଼ା ଉପନିର୍ବାଚନରେ ସବୁ ବୁଥରେ ହେବ ୱେବକାଷ୍ଟିଂ। ଓଡ଼ିଶାରେ ପ୍ରଥମ ଥର ପାଇଁ ଏଭଳି ହେବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ।

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆହୁରି ମଧ୍ୟ କହିଛନ୍ତି, ଝାରସୁଗୁଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ ୪୦ ପ୍ରତିଶତ ସମ୍ବେଦନଶୀଳ ବୁଥ ରହିଛି। ଝାରସୁଗୁଡ଼ାରେ ଆଇନଶୃଙ୍ଖଳା ପରିସ୍ଥିତି ଠିକ ଅଛି। ଦୁଇଟି ରାଜନୈତିକ ଦଳଠାରୁ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ମିଳିଛି । ଜିଲ୍ଲାପାଳ ବି ଏହି ଅଭିଯୋଗ ପାଇଛନ୍ତି ଓ ସବୁର ତଦନ୍ତ ଚାଲିଛି ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *