ମାଆମାନଙ୍କ ମଧ୍ୟରେ ଝୋଟି ଓ ସଙ୍ଗୀତ ଚୌକି ପ୍ରତିଯୋଗୀତା

ରାୟଗଡ଼ା-୦୮/୧୨- ରାୟଗଡ଼ା ବ୍ଲକ ଅନ୍ତର୍ଗତ ପେଣ୍ଟାପଞ୍ଚାୟତ ସ୍ଥିତ ଗ୍ରୀନ ଭ୍ୟାଲି ପବ୍ଲିକ ସ୍କୁଲ ପରିସରରେ ସ୍କୁଲର ଛାତ୍ର ଛାତ୍ରୀମାନଙ୍କ ମାଆମାନଙ୍କୁ ନେଇ ଝୋଟି ଓ ସଙ୍ଗୀତ ଚୌକି ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାକୁ ସ୍କୁଲର ଶିକ୍ଷୟିତ୍ରୀ କାଜଲ ଜେନା, କେ ମଞ୍ଜୁଳା,କେ ବୁଜି ପରିଚାଳନା କରିଥିବା ବେଳେ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀମାନେ ସହଯୋଗ କରିଥିଲେ । ଆୟୋଜିତ ପ୍ରତିଯୋଗିତାର ପୁରସ୍କାର ବିତରଣ ଉତ୍ସବରେ ପେଣ୍ଟାଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଏସ ଆଶାଲତା ଯୋଗ ଦେଇଥିବା ବେଳେ ସମ୍ମାନୀୟ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ଶ୍ରୀମତୀ ଜୟା ଥାକରଯୋଗ ଦେଇ ଥିଲେ । ମୁଖ୍ୟ ଅତିଥି ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ଏହି ପ୍ରତିଯୋଗୀତା ମାଆମାନଙ୍କର ବ୍ୟକ୍ତିତ୍ଵ ଓ ଚରିତ୍ର ଗଠନରେ ସହାୟକ ହେବ । ଝୋଟି ପ୍ରତିଯୋଗୀତାରେ ଅଂଶଗ୍ରହଣ କରିଥିବା ମାଆ ମାନଙ୍କ ମଧ୍ୟରୁ ଶ୍ରୀମତୀ ବି ସୌଜନ୍ୟା, ପି ଯମୁନା ଓ ଭାରତୀ ଅଟକା ମୁଖ୍ୟ ଅତିଥିଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିବା ବେଳେ ସଙ୍ଗୀତ ଚୌକିରେ ୱାଈ ପ୍ରଶାନ୍ତି, ସୁମିତ୍ରା ବିଶ୍ଵାଳ, ବି ଭଉତୀ ପୁରସ୍କାର ଗ୍ରହଣ କରିଥିଲେ । ସ୍କୁଲର ଅଧ୍ୟକ୍ଷ ଶ୍ରୀ ସୂର୍ଯ୍ୟ ନାରାୟଣ ହୋତା ଅତିଥି ମାନଙ୍କ ପରିଚୟ ପ୍ରଦାନ ସହ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସ୍କୁଲର ସଂଯୋଜକ ଶ୍ରୀ ପ୍ରମୋଦ କୁମାର ସାମଲଙ୍କ ଦିଗଦର୍ଶନରେକାର୍ଯ୍ୟ ସମ୍ପାଦନ କରାଯାଇଥିଲା ।
ରିପୋର୍ଟ- ନିଳାମ୍ବର ମିଶ୍ର,ରାୟଗଡା।