କୋଣାର୍କ ନାଟ୍ୟ ମଣ୍ଡପ ପକ୍ଷରୁ ଆୟୋଜିତ ୫ଦିନିଆ ଝୁଲଣ ଉତ୍ସବ ଉଦଯାପିତ

କୋଣାର୍କ ନାଟ୍ୟ ମଣ୍ଡପ ଓ ଗୁରୁ ଗଙ୍ଗାଧର ପ୍ରଧାନ ଫାଉଣ୍ଡେସନ ପକ୍ଷରୁ ଆହୋଜିତ ହେଉଥିବା ୫ଦିନିଆ ଝୁଲଣ ଉତ୍ସବ ୨୦୨୩ ବୁଧବାର ସଂଧ୍ୟାରେ ଉଦଯାପିତ ହୋଇଯାଇଛି। ଉଦଯାପନୀ ଉତ୍ସବରେ NAC ଅଧକ୍ଷ୍ୟା ସଂଯୁକ୍ତା ତ୍ରିପାଠୀ, ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷୟତ୍ରୀ ସ୍ୱର୍ଣଲତା ତ୍ରୀପାଠୀଙ୍କ ସମେତ ଅନେକ ଅତିଥି ମାନେ ଯୋଗ ଦେଇଥିଲେ। ଶେଷ ସନ୍ଧ୍ୟାରେ ଭୁବନେଶ୍ୱରର ଦୀବ୍ୟଙ୍କା ଦିବ୍ୟ ଦର୍ଶନୀ ଦାଶଙ୍କ ଦ୍ଵାରା ଓଡିଶୀ, କୋଲକୋତାର ରାଇନା ବିଶ୍ୱାସ ଓ ଶାନ୍ତନୁ ଚୌଧୁରୀଙ୍କ ଦ୍ବାରା ଯୁଗଳ କଥକ ନୃତ୍ତ୍ୟ ଦର୍ଶକଙ୍କୁ ଆକର୍ଷିତ କରିଥିବା ବେଳେ । ପଶ୍ଚିମବଙ୍ଗ ଶାନ୍ତି ନିକେତନର ତନ୍ମୟ ପାଲ୍ ମଣିପୁରୀ ନୃତ୍ୟ ପରିବେଷଣ କରିଥିଲେ। ଶେଷରେ ନାଟ୍ୟ ମଣ୍ଡପର କୁନି କୁନି କଳାକାରଙ୍କ ଦ୍ଵାରା ଲୋକନୃତ୍ୟ ପରିବେଷଣ କରାଯାଇଥିଲା। କୋଣାର୍କ ନାଟ୍ୟ ମଣ୍ଡପର ସମସ୍ତ କର୍ମକର୍ତା ମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
କୋଣାର୍କରୁ ଜ୍ଞାନ ରଞ୍ଜନ ବିଶ୍ଵାଳ

Leave a Reply

Your email address will not be published. Required fields are marked *