ଜିଆ ଖାନ୍ ମୃତ୍ୟୁ ମାମଲା: ନିର୍ଦ୍ଦୋଷରେ ଖଲାସ ହେଲେ ଅଭିନେତା ସୂରଜ ପାଞ୍ଚୋଲି

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଜିଆ ଖାନ ମୃତ୍ୟୁ ମାମଲାରେ ଏକ ସ୍ୱତନ୍ତ୍ର ସିବିଆଇ କୋର୍ଟ ଆଜି ରାୟ ଶୁଣାଇଛନ୍ତି। ଆତ୍ମହତ୍ୟା ପାଇଁ ଜିଆ ଖାନଙ୍କୁ ଉସକାଇବା ଅଭିଯୋଗରେ ଅଭିନେତା ସୂରଜ ପାଞ୍ଚୋଲିଙ୍କୁ କୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ଏହି ବହୁ ଚର୍ଚ୍ଚିତ ମାମଲାରେ କୋର୍ଟଙ୍କ ରାୟ ଉପରେ ସମସ୍ତଙ୍କ ନଜର ରହିଥିଲା । କୋର୍ଟ କହିଛନ୍ତି ଯେ ସୂରଜ ପାଞ୍ଚୋଲିଙ୍କ ବିରୋଧରେ କୌଣସି ପ୍ରମାଣ ନଥିବାରୁ ତାଙ୍କୁ ଦୋଷ ମୁକ୍ତ କରାଯାଇଛି।

ସ୍ୱତନ୍ତ୍ର ସିବିଆଇ କୋର୍ଟର ଏହି ନିଷ୍ପତ୍ତିରେ ଜିଆ ଖାନଙ୍କ ମାଆ ରାବିୟା ଖାନ ଅସନ୍ତୋଷ ପ୍ରକାଶ କରିଛନ୍ତି । ସେ ଏହି ନିଷ୍ପତ୍ତି ବିରୋଧରେ ହାଇକୋର୍ଟରେ ଆବେଦନ କରିବେ ବୋଲି ରାବିୟା କହିଛନ୍ତି ।

ଜୁନ୍ ୩, ୨୦୧୩ରେ ମୁମ୍ବାଇସ୍ଥିତ ତାଙ୍କ ଘରୁ ଜିଆ ଖାନଙ୍କ ମୃତଦେହ ମିଳିଥିଲା। ଏହାର ସପ୍ତାହେ ପରେ ଜବତ ଜିଆ ଖାନଙ୍କ ଏକ ଚିଠି ଆଧାରରେ ମୁମ୍ବାଇ ପୋଲିସ ଧାରା ୩୦୬ (ଆତ୍ମହତ୍ୟା ପାଇଁ ଉସୁକାଇବା) ଅନୁଯାୟୀ ସୂରଜ ପାଞ୍ଚୋଲିଙ୍କ ବିରୋଧରେ ମାମଲା ରୁଜୁ କରି ତାଙ୍କୁ ଗିରଫ କରିଥିଲା। ଚିଠିରେ ଜିୟା ତାଙ୍କ ବୟଫ୍ରେଣ୍ଡ୍ ସୂରଜଙ୍କ ସହ ତିକ୍ତତା ସମ୍ପର୍କରେ ଉଲ୍ଲେଖ କରିଥିଲେ । ଏହାଛଡ଼ା ସେ ଅଭିଯୋଗ କରିଥିଲେ ଯେ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଇଛି । ସୁରଜ୍ ହେଉଛନ୍ତି ଅଭିନେତା ଆଦିତ୍ୟ ପାଞ୍ଚୋଲିଙ୍କ ପୁଅ

Leave a Reply

Your email address will not be published. Required fields are marked *