ମୋବାଇଲ ରେ କଥା ହେବା ସମୟ ରେ ବିଜୁଳି ମାରି ଗଲା ଜୀଵନ

ମୋବାଇଲ ରେ କଥା ହେବା ସମୟ ରେ ବିଜୁଳି ମାରି ଗଲା ଜୀଵନ। ଆଉ ଜଣେ ଆହତ।ଧର୍ମଶାଳା( ଈଶ୍ୱର ଚନ୍ଦ୍ର ବାରିକ) ଧର୍ମଶାଳା ଥାନା ଅନ୍ତର୍ଗତ ଦେଓଦା ପଂଚାୟତ ର ଚଇନୁହୁଡା ଗ୍ରାମ ର ନୀଳମଣି ନାୟକ ଙ୍କ ସାନପୁଅ ମନୋରଞ୍ଜନ ନାୟକ (୧୮) ବଜ୍ରପାତରେ ମ୍ରୁତ୍ୟୁବରଣ କରିଥିବା ଜଣାପଡ଼ିଛି । ଅନ୍ୟ ଜଣଙ୍କ ଉକ୍ତ ଗ୍ରାମର ବଟକୃଷ୍ଣ ତରାଇ ଙ୍କ ପୁଅ ମନୋଜ ତରାଇ (୧୮) ଙ୍କ ମୁଣ୍ଡ ରେ ଆଘାତ ଲାଗିବା ସହ ମୁଣ୍ଡ ଫାଟି ଯାଇଥିବାରୁ ପ୍ରଥମେ ଧର୍ମଶାଳା ସ୍ୱାସ୍ଥ୍ୟ କେନ୍ଦ୍ର କୁ

ନିଆଯାଇଥିଲା ପରେ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ମେଡ଼ିକାଲ କୁ ସ୍ଥାନାନ୍ତରିତ କରାଯାଇଛି।ସୂଚନା ମୁତାବକ ଆଜି ଦିନ ୫ଟା ସମୟ ରେ ବର୍ଷା ଛାଡ଼ିଯିବା ପରେ ମନୋରଞ୍ଜନ ଓ ମନୋଜ ଦୁହେଁ ସାଙ୍ଗ ହୋଇ ଚଇନିହୁଡା ସ୍ଥିତ ବିଲ ପାଟ ରେ ବସି ମୋବାଇଲ ରେ କଥା ହେଉଥିଲେ। ସେହି ସମୟ ରେ ଅଚାନକ ବଜ୍ରପାତ ହୋଇଥିଲା ଭୀଷଣ ଜୋର ସେ ଶବ୍ଦ ହୋଇଥିଲା। ଘଟଣା ସ୍ଥଳରେ ମନୋରଞ୍ଜନ ଙ୍କ ମୃତ୍ୟୁ ହୋଇଥିଲା ଓ ମୋବାଇଲ୍ ଟି ଭାଙ୍ଗି ରୁଜି ଯାଇଥିଲା ଏବଂ ମନୋଜ ଙ୍କ ମୁଣ୍ଡ ଫାଟି ଯାଇଥିଲା। ସ୍ଥାନୀୟ ଲୋକଙ୍କ ସାହାଯ୍ୟ ରେ ଉଭୟ ଙ୍କୁ ମେଡିକାଲ୍ କୁ ସ୍ଥାନାନ୍ତରିତ କରାଯାଇଥିଲା। ଏହି ଘଟଣାରେ ସାରା ଅଞ୍ଚଳରେ ଶୋକ ର ଛାୟା ଖେଳି ଯାଇଛି।

Leave a Reply

Your email address will not be published. Required fields are marked *